ହଜମ ପ୍ରକ୍ରିୟା ସମସ୍ୟାକୁ ଭଲ କରେ ଜାମୁକୋଳି
ପିଲା ଠାରୁ ବୁଢା ସମସ୍ତଙ୍କର ଜାମୁ କୋଳି ଖୁବ ପ୍ରିୟ । ଏହା ପାଟିକୁ ସୁଆଦିଆ ଲାଗିବା ସହିତ ଶରୀର ପାଇଁ ବି ଖୁବ ଲାଭଦାୟକ ହୋଇଥାଏ । ଗ୍ରୀଷ୍ମ ଋତୁରେ ମିଳୁଥିବା ଏହି କୋଳି ଉଭୟ ଖଟା ମିଠା ସ୍ବାଦ ଦେଇଥାଏ । ବର୍ଷକୁ ପ୍ରାୟ ଦୁଇ ମାସ ମିଳୁଥିବା ଏହି କୋଳି ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଜାମୁରେ ଅନେକ ଔଷଧୀୟ ଏବଂ ସ୍ବାସ୍ଥ୍ୟ ଉପକାରିତା ତତ୍ତ୍ୱ ରହିଛି । ଯାହା ପେଟ ଯନ୍ତ୍ରଣା, ମଧୁମେହ ଏବଂ ଗଣ୍ଠି ବାତ ପାଇଁ ସବୁଠୁ ଭଲ ଘରୋଇ ଉପଚାର । ଯଦିଓ ଏହି ଫଳରେ ଅନେକ ସ୍ବାସ୍ଥ୍ୟ ଉପକାରିତା ରହିଛି, ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଛି । ତେବେ ଆସନ୍ତୁ ସେ ବିଷୟରେ ଆଜି ଜାଣିବା |
ଏକ ରିପୋର୍ଟ ଅନୁଯାୟୀ, ହାଇ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ଜାମୁ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରି ରକ୍ତଚାପକୁ ସହଜରେ ନିୟନ୍ତ୍ରଣ କରିପାରିବ । କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା ନିମ୍ନ ରକ୍ତଚାପ ହୋଇପାରେ । ଝାଙ୍କି ଶରୀର ପାଇଁ କ୍ଷତିକାରୀ |
ଜାମୁ ହଜମ ପ୍ରକ୍ରିୟା ଜନିତ ସମସ୍ୟାକୁ ଭଲ କରିପାରେ, କିନ୍ତୁ ଏହାର ଅତ୍ୟଧିକ ସେବନ କୋଷ୍ଠକାଠିନ୍ୟର କାରଣ ହୋଇପାରେ । ତେଣୁ ମାତ୍ରା ଧିକ କୋଳି ବର୍ଜନୀୟ |
ଯଦି ଆପଣଙ୍କୁ ବ୍ରଣ ହେବା ଭୟ ଥାଏ ତେବେ ଆପଣ ଅଧିକ ପରିମାଣରେ ଜାମୁ ଖାଇବା ଉଚିତ ନୁହେଁ । ଏହା ବ୍ରଣ ସହ ଚର୍ମ ସମସ୍ୟା ସୃଷ୍ଟି କରିପାରେ ।
ଜାମୁ ଅଧିକ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଅନେକ ସମସ୍ୟା ଦେଖା ଦେଇପାରେ । କିଛି ଲୋକ ଏହାକୁ ଅଧିକ ଖାଇବା ଦ୍ବାରା ବାନ୍ତି ମଧ୍ୟ କରିଥାନ୍ତି ।
Powered by Froala Editor