କଲରା ମଞ୍ଜିର ଫାଇଦା ଜାଣନ୍ତୁ....

କଲରାର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଜିଙ୍କ ଏବଂ ଫୋଲେଟ୍ ଭରପୂର ରହିଥାଏ। ଏଥି ସହିତ, ଯେଉଁମାନେ ମଧୁମେହ ରୋଗରେ ପୀଡିତ ସେମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ରାମବାଣ ଭାବରେ କାମ କରେ। କିନ୍ତୁ ଆପଣ ଜାଣନ୍ତି କି କଲରା ମଞ୍ଜି ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକ କଲରା ବ୍ୟବହାର କରନ୍ତି, କିନ୍ତୁ ତାର ମଞ୍ଜି ବାହାର କରି ଫିଙ୍ଗି ଦିଅନ୍ତି। ଆସନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ କଲରା ମଞ୍ଜି କେତେ ଲାଭଦାୟକ।
କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ :
ଯଦି ଆପଣ କଲରାକୁ ଏହାର ମଞ୍ଜି ସହିତ ଖାଆନ୍ତି, ଏହା ଶରୀରରେ ଏକ ପ୍ରକାର ରଫେଜ୍ ଭଳି କାମ କରେ। ଆମ ଶରୀରର ମେଟାବୋଲିଜିମ୍ ସଠିକ୍ ରହିଥାଏ। ଯେଉଁ କାରଣରୁ ମଧୁମେହରେ କୋଷ୍ଠକାଠିନ୍ୟର ସମସ୍ୟା କମିଯାଏ।
କୋଲେଷ୍ଟ୍ରଲ୍ କମ୍ କରିଥାଏ :
ମଧୁମେହ ରୋଗୀଙ୍କଠାରେ ଅଧିକ ପରିମାଣର କୋଲେଷ୍ଟ୍ରଲ ହେତୁ ରୋଗ ହେବାର ଆଶଙ୍କା ବଢିଥାଏ । ତେଣୁ ଯଦି ଆପଣ କଲରାକୁ ମଞ୍ଜି ସହିତ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।
ଇମ୍ୟୁନିଟି ବୁଷ୍ଟ କରିଥାଏ :
ଯଦି ଆପୱଣଙ୍କ ହଜମ କ୍ରିୟା ସଠିକ୍, ତେବେ ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବ। କଲରାରେ ପ୍ରଚୁର ପରିମାଣର ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ୍ ସି ଏବଂ ଫାଇବର ରହିଥାଏ। ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
କଲରା ମଞ୍ଜି ଶୁଖାଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ପ୍ରତିଦିନ ଗରମ ପାଣିରେ ଖାଆନ୍ତୁ, ଏହା ପେଟକୁ ସଫା ରଖିଥାଏ।
Powered by Froala Editor