ଚୁଟି ଘନ ହେବା ସହ କଳା କରିଥାଏ ରସୁଣ
ରସୁଣକୁ ଅମୃତ ବୋଲି କୁହାଯାଇଥାଏ । ମାତ୍ର ଏହା ରାକ୍ଷସର ଉଚିଷ୍ଟ ହୋଇଥିବାରୁ ଅନେକ କାର୍ୟ୍ୟରେ ବ୍ୟବହାର କରାଯାଏ ନାହିଁ ବୋଲି ବିଶ୍ୱାସ ରହିଛି । ରସୁଣ ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ସୌନ୍ଦ୍ୟର୍ୟ୍ୟ ବୃଦ୍ଧିରେ ସାହାଯ୍ୟ କରେ ।
ରସୁଣ କୌଣସି ଔଷଧଠାରୁ କମ୍ ନୁହେଁ । କିଛି ଲୋକ ଏହା ଗନ୍ଧ ଯୋଗୁଁ ବ୍ୟବାହାର କରି ନଥାନ୍ତି । ହେଲେ ରସୁଣର ଅନେକ ଭଲ ଗୁଣ ରହିଛି । ମାତ୍ର ଏହାକୁ ଏକ ନିର୍ଦିଷ୍ଟ ମାତ୍ରାରେ ସେବନ କରିବା ଆବଶ୍ୟକ । ଅତ୍ୟଧିକ ବି ସେବନ କରିବେ ନାହିଁ । ରସୁଣରେ ଆଣ୍ଟିଅକ୍ସଡେଣ୍ଟର ମାତ୍ର ବହୁତ ଅଧିକ । ଏହାକୁ ସେବନ କଲେ ଚୁଟି ଓ ଚର୍ମ ଭଲ ରହିଥାଏ। ମଧୁମେହ ବା ଡାଇବେଟିସ୍ ଓ ହାର୍ଟ ଆଟାକ୍ ବା ହୃଦ ରୋଗପାଇଁ ରସୁଣ ବରଦାନ ପରି କାମ ଦିଏ
ରସୁଣ ଖାଇଲୋ ଚୁଟି ଘନ ହେବା ସହ କଳା ରହିଥାଏ । ଚର୍ମ ପୋଡିବା , କୁଣ୍ଡେଇ ହେବା ଆଦିରେ ରସୁଣ ଭାଲ କାମ କରିଥାଏ ।
ରସୁଣକୁ କ୍ଷୀର ସହର ଅଳ୍ପ ପରିମାଣରେ ମିଶାଇ ଚର୍ମରେ ଲଗାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
ବ୍ରଣ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବାକୁ ଥିଲେ ରସୁଣ ଭଲ କାମ କରିଥାଏ । ଧଳା ଭିନେଗାର୍ ଅଳ୍ପ ପରିମାଣ ବା ଏକ ଚାମଚ ଭିନେଗାରରେ ଅଳ୍ପ ରସୁଣ ପେଷ୍ଟ ଭଲ ଭାବରେ ମିଶାନ୍ତୁ । ବ୍ରଣ ଉପରେ ଲଗାଇ ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ ବ୍ରଣ ସମସ୍ୟା ଭଲ ହେବ । ବ୍ଲାକହେଡ୍ ବା କଳା ବ୍ରଣ ସମସ୍ୟାରୁ ବି ରସୁଣ ମୁକ୍ତି ଦେଇଥାଏ ।
Powered by Froala Editor