ଐହିତ୍ୟପୂର୍ଣ୍ଣ ଦ୍ରୌପଦୀ ହୁଡି : ରଜରେ ମାନସିକ କଲେ ପୂରଣ ହୁଏ ଇଚ୍ଛା
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମରେ ଥିବା ପ୍ରସିଦ୍ଧ ଦ୍ରୌପଦୀ ହୁଡ଼ିରେ ତିନିଦିନିଆ ରଜପର୍ବ ଧୁମଧାମରେ ଅନୁଷ୍ଠିତ ହେଉଛି। ଦ୍ରୌପଦୀ ହୁଡ଼ିରେ ମାନସିକ କଲେ ତାହା ପୁରଣ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ଏଠାରେ ପ୍ରତିବର୍ଷ ରଜ ପର୍ବ ରେ ଶହ ଶହ ଶ୍ରଦ୍ଧାଳୁ ଏକାଠି ହୁଅନ୍ତି। ଏଠାରେ ମିନାବଜାର ସାଙ୍ଗକୁ ଗାୟକ ଶରତ ବେହେରା ତିନିଦିନ ଧରି ପାଲା ପରିବେଷଣ କରୁଥିବା ବେଳେ ଅପେରା ମଧ୍ୟ ପରିବେଷଣ କରାଯାଉଛି । ଦ୍ରୌପଦୀ ହୁଡ଼ିରେ ହଜାର ହଜାର ମାନସିକ ଧାରି ଭକ୍ତ ପୂଜା ଭୋଗ ଲାଗି କରିବା ସହ ମିନାବଜାର ମଜା ଉଠାଉଛନ୍ତି। ଏଠାରେ ପାଟଣା ଓ ସାହାରପଡା ତଥା ଆଖପାଖ ଅଞ୍ଚଳର ବହୁ ସଂଖ୍ୟା ରେ ଜନସମାଗମ ଦେଖିବାକୁ ମିଳିଥିଲା।
Powered by Froala Editor