ଦହି ନଡ଼ିଆ ଚଟଣୀ
ଗରମ ଓ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଇସାରିଲେଣି ଲୋକେ । ଗରମରୁ ମିଳୁନି ତ୍ରାହି । ତେବେ ପ୍ରାୟତଃ ଏହି ଗରମ ସମୟରେ କିଛି ଖାଇବା ପାଇଁ ଇଚ୍ଛା ହୋଇନଥାଏ । ଥଣ୍ଡା ଥଣ୍ଡା ଜିନିଷ ତଥା କୋଲଡ଼ି୍ରଙ୍କ୍, ଆଇସକ୍ରିମ ଇତ୍ୟାଦି । କିନ୍ତୁ ଏଥିରୁ ଆମ ଶରୀରକୁ ଏହି ଗରମ ଦିନରେ ଯେତିକି ଇମୁ୍ୟନିଟୀ ମିଳିବା କଥା ତାହା ମିଳେନାହିଁ ।ଗରମ ଦିନରେ ଶରୀର ଏବଂ ପେଟରେ ବଢ଼ୁଥିବା ଗରମକୁ କମ୍ କରିବା ପାଇଁ ନଡିଆ ଖାଇବା ବହୁତ ଲାଭଦାୟକ। ନଡିଆରେ ଆଣ୍ଟିଆକ୍ସିଡେଣ୍ଟସ ଭରପୂର ମାତ୍ରାରେ ରହିଥାଏ। ଏହାର ସେବନ ଆଇରନର ଅଭାବକୁ ଦୂର କରିବା ପାଇଁ କରାଯାଏ। ତେବେ ଏହି ପ୍ରଚଣ୍ଡ ଗରମରେ ସାମାନ୍ୟ ଆରାମ ପାଇବା ପାଇଁ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ବଢ଼ିଆ ରେସିପି ଦହି-ନଡିଆ ଚଟଣୀ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ: ୧/୨ କପ୍ ନଡିଆ କୋରା, ୪ ଚାମଚ ଭଜା ହୋଇଥିବା ଚଣା ଡାଲି,୪ ଚାମଚ୍ ଦହି, ୧/୨ ଇଞ୍ଚ ଅଦା, ୨ଟି କଞ୍ଚା ଲଙ୍କା, ୧୦-୧୨ଟି ଭୃଷଙ୍ଗ ପତ୍ର, ୧ ଚାମଚ ରାଇ ବା ସୋରିଷ,୧ ଚିମୁଟାଏ ହେଙ୍ଗୁ, ଲୁଣ (ସ୍ୱାଦାନୁସାରେ), ତେଲ (ଆବଶ୍ୟକ ଅନୁସାରେ), ପାଣି (ଆବଶ୍ୟକ ଅନୁସାରେ)
ନଡିଆ ଦହି ଚଟଣୀ ବନାଇବାର ତରିକା
- ସର୍ବପ୍ରଥମେ ଏକ ପାତ୍ରରେ ଦହିକୁ ଭଲଭାବେ ଫେଣ୍ଟି ନିଅନ୍ତୁ।
- ଏବେ ଗ୍ରାଇଣ୍ଡର ଜାରରେ ନଡିଆ, ଚଣା ଡାଲି, ଅଦା, କଞ୍ଚା ଲଙ୍କା, ଲୁଣ ଏବଂ ପାଣି ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ।
- ମିଡିୟମ୍ ଆଞ୍ଚରେ ପ୍ୟାନ୍ ବସାଇ ତେଲ ଗରମ କରନ୍ତୁ।
- ଏଥିରେ ସୋରିଷ, ଭୃଷଙ୍ଗ ପତ୍ର ଏବଂ ହେଙ୍ଗୁ ପକାଇ ହାଲକା ଭାଜି ଦିଅନ୍ତୁ।
- ଏହି ତଡକାକୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚଟଣୀ ଉପରେ ପକାଇ ଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ନଡିଆ-ଦହି ଚଟଣୀ। ଏହାକୁ ଦୋସା ଇଡଲୀ ଆଦି ସହିତ ସର୍ଭ କରି ଏହାର ସ୍ୱାଦର ମଜା ନେଇପାରିବେ।
Powered by Froala Editor