ତ୍ୱଚାକୁ ଉଜ୍ଜ୍ୱଳ ରଖିବା ପାଇଁ ବ୍ୟବହାର କରନ୍ତୁ କାକୁଡି ଆଇସକ୍ୟୁବ
ସ୍କିନରେ ବରଫ ଲଗାଇବାର ଅନେକ ଫାଇଦା ରହିଥାଏ। ଉଜ୍ୱଳ ଏବଂ ଚମକଦାର ତ୍ୱଚା ପାଇଁ ଅଲଗା ଅଲଗା ପ୍ରକାରର ଆଇସକ୍ୟୁବ ଆପଣ ବ୍ୟବହାର କରିପାରିବେ। କିନ୍ତୁ ସବୁ ପ୍ରକାର ଆଇସକ୍ୟୁବର ଅଲଗା ଅଲଗା ଫାଇଦା ରହିଛି। ତେବେ କିପରି ଅଲଗା ପ୍ରକାରର ଆଇସକ୍ୟୁବ ବନାଇବେ ତାହା ଜାଣିବା ମଧ୍ୟ ଜରୁରୀ।
କାକୁଡି ଆଇସକ୍ୟୁବ :
କାକୁଡିରେ ଅଧିକ ମାତ୍ରାରେ ପାଣି ରହିଥାଏ। ଯାହା ଶରୀର ଏବଂ ସ୍କିନ ପାଇଁ ବହୁତ ଭଲ ହୋଇଥାଏ। ସ୍କିନକୁ ହାଇଡ୍ରେଟ୍ କରିବା ସହ ସନବର୍ନ, କୁଣ୍ଡାଇହେବା, ନାଲିପଡିବା କିମ୍ବା କୌଣସି ପ୍ରକାରର ଜ୍ୱଳନ ସମସ୍ୟାରୁ ସ୍କିନକୁ ଆରାମ ଦେଇଥାଏ। ଏହାଛଡା କାକୁଡିରେ ସେଲିସିଲିକ ଏସିଡ ଭରପୂର ରହିଥାଏ। ଯାହା ବ୍ରଣ ହେବାକୁ ଦିଏନାହିଁ।
କେମିତି କରିବେ ପ୍ରସ୍ତୁତ : ଏହାକୁ ତିଆରି କରିବା ପାଇଁ କାକୁଡିକୁ ଭଲଭାବେ କଦୁକସ୍ କରିଦିଅନ୍ତୁ। ଏହାର ରସ ବାହାର କରି ସେଥିରେ ଅଳ୍ପ ପାଣି ମିଶାଇ ଫ୍ରିଜରେ ରଖିଦିଅନ୍ତୁ।
ଗୋଲାପ ଆଇସକ୍ୟୁବ୍ :
ଗୋଲାପ ଜଳରେ ପ୍ରସ୍ତୁତ ଆଇସକ୍ୟୁବ ଆପଣଙ୍କ ସ୍କିନ ପାଇଁ ଅନେକ ପ୍ରକାର ଫାଇଦା ଦେଇଥାଏ। ଗାଲାପ ଜଳରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ରହିଥାଏ। ଯାହା ଫୁଲିବା ଏବଂ ନାଲିପଡିବା ତ୍ୱଚା ସହିତ ଲଢିବାରେ ସହାୟକ ହୋଇଥାଏ। ଏହା ସ୍କିନକୁ ଶାନ୍ତ ଏବଂ ଥଣ୍ଡା କରିଥାଏ।
କେମିତି କରିବେ : ଏହାକୁ ପ୍ରସ୍ତୁତ କରିବା ପାଇଁ ବରଫ ଟ୍ରେରେ ଗୋଲାପ ଜଳ ପକାଇ ଏହାକୁ ଫ୍ରିଜ ହେବାକୁ ଦିଅନ୍ତୁ।
କଫି ଆଇସକ୍ୟୁବ :
କଫିରେ ଅନେକ ଗୁଣ ରହିଥାଏ। ଆଣ୍ଟିଅକ୍ସିଡାଣ୍ଟ, ପ୍ଲେବୋନୋଏଡସ, ନ୍ୟାଚୁରାଲ ଏକ୍ସଫୋଲିଏଟର ରହିଥାଏ, ଯାହା ଡେଡ୍ ସ୍କିନକୁ ଧୀରେ ଧୀରେ ସଫା କରିଥାଏ। ଏହାସହିତ ପୋର୍ସକୁ ଖୋଲି ସ୍କିନର ପଫିନେସକୁ କମ୍ କରିଥାଏ।
କେମିତି କରିବେ : ପ୍ରଥମେ କଫି ପ୍ରସ୍ତୁତ କରି ଏହାକୁ ପତଳା କରି ଫ୍ରିଜରେ ରଖିଦିଅନ୍ତୁ।
ଆଲୋଭେରା ଆଇସକ୍ୟୁବ୍ : ସ୍କିନ ପାଇଁ ଆଲୋଭେରା ଜେଲ ଅନେକ ଫାଇଦା ଦେଇଥାଏ। ଭିଟାମିନ, ଫଲିକ ଏସିଡରେ ଭରପୂର ରହିଥାଏ ଆଲୋଭେରା। ଗ୍ଲୋଇଂ ସ୍କିନ ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ।
କେମିତି କରିବେ ପ୍ରସ୍ତୁତ : ଏହାକୁ ବନାଇବା ପାଇଁ ଫ୍ରେସ ଆଲୋଭେରାକୁ ନେଇ ଚୋପା ଛଡାଇ କ୍ଷୀରରେ ଗ୍ରାଇଣ୍ଡିକୁ କରିଦିଅନ୍ତୁ। ଏହାକୁ ଫ୍ରିଜରେ ଆଇସଟ୍ରେରେ ରଖିଦିଅନ୍ତୁ।
ନଡିଆକ୍ଷୀର ଆଇସକ୍ୟୁବ : ଭିଟାମିନ ସି, ଇ ଏବଂ ଲେକ୍ଟିକ ଏସିଡ ସ୍କିନ ପାଇଁ ଫାଇଦାଯୁକ୍ତ ହୋଇଥାଏ। ନଡିଆ କ୍ଷୀର ବୟସ ବଢିବା, ଉଜ୍ୱଳ ତ୍ୱଚା ଏବଂ ଅଏଲି ସ୍କିନ ପାଇଁ ବହୁତ ଭଲ ରହିଥାଏ।
କେମିତି କରିବେ : ଏହାକୁ ବନାଇବା ପାଇଁ ନଡିଆକୁ ଗ୍ରାଇଣ୍ଡିଂ କରି ଏହାର ରସକୁ ଆଇସ ଟ୍ରେରେ ରଖିଦିଅନ୍ତୁ।
Powered by Froala Editor