ଥଣ୍ଡା ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ହାନିକାରକ…
ଖରାଦିନେ ଗରମରେ ବାହାରେ ବୁଲିଆସିଲେ ସଙ୍ଗେ ସଙ୍ଗେ ପାଣିଟିକେ କାହାକୁ ବା ଲୋଡ଼ା ନୁହେଁ! ଆଉ ତାହା ଯଦି ଫ୍ରିଜ୍ର ଥଣ୍ଡା ପାଣି ହୁଏ, ତେବେ ପିଇବାର ଆନନ୍ଦ ଅବର୍ଣ୍ଣନୀୟ। ହେଲେ ଆପଣ ଜାଣନ୍ତିକି ସବୁବେଳେ ଏଭଳି ଥଣ୍ଡା ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ ହୋଇପାରେ ହାନିକାରକ…
ଥଣ୍ଡା ପାଣି ପିଇବା ଦ୍ୱାରା ଏହା ଶରୀରରେ ଥିବା ଶିରାଗୁଡ଼ିକୁ ସଂକୁଚିତ କରିଥାଏ, ଫଳରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ହଜମକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ। ଥଣ୍ଡା ପାଣି ପିଇବା ଦ୍ୱାରା ଡିହାଇଡ୍ରେଶନ୍ ସମସ୍ୟା ଦେଖାଦେବାର ଆଶଙ୍କା ବି ରହିଛି।
ଅଧିକ ଥଣ୍ଡା ବା ବରଫ ପକାଇ ପାଣି ପିଇବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଏଥିପାଇଁ ଅନେକେ ଗଳା ଦରଜ, ଫୁଲିବା ଏବଂ ଥଣ୍ଡାରେ ନାକ ବନ୍ଦ ହେବା ଭଳି ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥା’ନ୍ତି। ବିଶେଷକରି ଖାଇବା ପରେ ଥଣ୍ଡା ପାଣି ପିଇଲେ ଶ୍ୱାସନଳୀରେ ମ୍ୟୁକସ୍ ଜମା ହୁଏ ଏବଂ କେବେକେବେ ଇନ୍ଫେକ୍ସନ ହୋଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ।
କେବଳ ଏତିକି ନୁହେଁ, ଖାଇବା ପରେ ଥଣ୍ଡା ପାଣି ପିଇଲେ ଚର୍ବି ବା ଫ୍ୟାଟ୍ ଜାତୀୟ ଖାଦ୍ୟ କଠିନ ହୋଇଯିବା ଫଳରେ ହଜମ ହୋଇ ନ ପାରି ଶରୀରରେ ଜମା ହୋଇ ରୁହେ, ଯାହାକି ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ସାଜିଥାଏ।
ଥଣ୍ଡା ପାଣି ପିଇବା ଦ୍ୱାରା ହୃତ୍ସ୍ପନ୍ଦନ ମଧ୍ୟ ଧୀର ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ବ୍ୟାୟାମ କରିବା ପରେ ଆଦୌ ଥଣ୍ଡା ପାଣି ପିଇବା ଠିକ୍ ନୁହେଁ।
Powered by Froala Editor