ଦେଶରେ ଦିନକରେ ୨୮୨୮ ସଂକ୍ରମିତ ଚିହ୍ନଟ,୧୪ ମୃତ
ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ଖେଳାଉଛି କୋରୋନା ମହାମାରୀ । ପ୍ରତିଦିନ ପୂର୍ବଦିନ ଅପେକ୍ଷା ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୮୨୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ । ସଂକ୍ରମଣ ବୃଦ୍ଧି ପାଉଥିଲେ ମୃତ୍ୟୁ ସଂଖ୍ୟା ପୂର୍ବଦିନ ଅପେକ୍ଷା କମ ରହିଛି । ଦିନକରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨,୦୩୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୧୭ ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭,୦୮୭ ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୦.୬୦% ରହିଛି । ଦେଶରେ ଏଯାବତ ୪୨,୬୧,୧୩, ୭୦ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ୫,୨୪,୫୮୬ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୯୩,୨୮,୪୪,୦୭୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।
Powered by Froala Editor