୫/୬ ଦିନ ପରେ କମିବ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ଭଲ ଖବର ସାମାନାକୁ ଆସିଛି । ତାହା ହେଲା ଆସନ୍ତା ୫/୬ ଦିନ ଭିତରେ ରାଜ୍ୟରେ କରୋନା ସଂକ୍ରମଣ କମିବ ବୋଲି ଜଣାଯାଇଛି । ରାଜ୍ୟରେ କରୋନା ସ୍ଥିତି ଓ ଲକଡାଉନ ନେଇ ନିଜର ପ୍ରତିକ୍ରିୟା ଦେବା ଅବସରରେ କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି । ତେଣୁ ୩-୪ ଦିନ ଏଭଳି ସ୍ଥିତି ରହିବ । ୫-୬ ଦିନ ପରେ କର୍ଭ ଫ୍ଲାଟ ହୋଇ ସଂକ୍ରମଣ କମିବା ଆରମ୍ଭ ହେବ । ଲକଡାଉନ ନିହାତି କାମ ଦେବ । ଲୋକେ ନିୟମ ମାନିବା ଦରକାର । ଆତଙ୍କିତ ହେବା ଦରକାର ନାହିଁ । ଘରେ ରହିଲେ ସଂକ୍ରମିତଙ୍କ ସଂଖ୍ୟା କମିବ । ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ମୃତୁ୍ୟହାର କମ ରହୁଛି । ସଂକ୍ରମିତଙ୍କ ସଂଖ୍ୟା କମିଲେ ମୃତୁ୍ୟହାର ମଧ୍ୟ କମିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ କହିଛନ୍ତି ।
Powered by Froala Editor