ଡିପ୍ରେସନ ସମସ୍ୟା ଦୂର କରେ ମିଶ୍ରି ଓ ପାନମଧୁରୀ ପାଣି

ଖରାଦିନରେ ଦେହରୁ ଜଳୀୟ ଅଂଶ କମିଯାଇଥାଏ । ଯାହାଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମୟରେ ଅତ୍ୟଧିକ ପାଣି ପିଇବା ସହ ଦେହରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ । ତେବେ ଖରାଦିନରେ ପେଟକୁ ଥଣ୍ଡା ରଖିବା ସହିତ ଦେହରେ ଜଳୀୟ ଅଂଶ ବଢ଼ାଇବାରେ ସହାୟକ ହୋଇଥାଏ ମିଶ୍ରି ପାଣି । ସେହିପରି ପାନମଧୁରୀ ଏଭଳି ଏକ ମସଲା ଯାହା ଖାଦ୍ୟକୁ ଟେଷ୍ଟି ବନାଇବା ସହ ସମସ୍ତ ପେଟ ରୋଗର ମଧ୍ୟ ନିରାକରଣ କରିଥାଏ । ତେଣୁ ଗରମ ଦିନରେ ମିଶ୍ରି ଏବଂ ପାନମଧୁରୀ ପାଣି ପିଇଲେ ଡିହାଇଡ୍ରେସନ ସମସ୍ୟା ଦୂର ହୋଇଥାଏ। ତେବେ ଏହି ପାଣି ପିଇଲେ ଆଉ କେଉଁ ଫାଇଦା ମିଳିଥାଏ, ତାହା ଜାଣିବା ଜରୁରୀ।
କାରଣ ପାନମଧୁରୀରେ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ଭଳି ଗୁଣ ପ୍ରଚୁର ପରିମାଣରେ ରହିଛି ।ପାନମଧୁରୀରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ, ମାଙ୍ଗାନିଜ୍, ଭିଟାମିନ୍ ସି, ଆଇରନ୍, ସେଲେନିୟମ ଓ ମ୍ୟାଗ୍ନେସିୟମ୍ ଭଳି ଖଣିଜ ତତ୍ତ୍ୱ ରହିଛି। ରାତିରେ ପୁରୁଷମାନେ ପାନମଧୁରୀ ସେବନ କରିବା ଉଚିତ। ପାନମଧୁରୀରେ ପଲିଫେନଲ, ଅଣ୍ଟିଆକ୍ସିଡେଣ୍ଟ ଭରପୁର ପରିମାଣରେ ଥାଏ । ଯାହାକି ଶରୀରର ବିକାଶରେ ସାହାଯ୍ୟ କରିଥାଏ । କ୍ୟାନସର ପରି ରୋଗ ଦାଉରୁ ବି ରକ୍ଷା କରିଥାଏ ।
ପାନମଧୁରୀ ଏବଂ ମିଶ୍ରି ପାଣି ପିଇବା ଦ୍ୱାରା ଷ୍ଟ୍ରେସ ଏବଂ ଡିପ୍ରେସନ ସମସ୍ୟା ଦୂର ହୋଇଥାଏ। ଏହି ପାଣି ଆପଣଙ୍କ ମସ୍ତିଷ୍କକୁ ଶାନ୍ତ କରିଥାଏ। ଏହାଛଡା ଚିନ୍ତା ଏବଂ ଡିପ୍ରେସନ ଦୂର ହୋଇଥାଏ।
ଓଜନ କମ୍ କରିବା ପାଇଁ ମଧ୍ୟ ଆପଣ ମିଶ୍ରି ଏବଂ ପାନମଧୁରୀ ପାଣି ପିଇପାରିବେ। ଏହାଦ୍ୱାରା ଆପଣଙ୍କ ମେଟାବଲିଜିମ ବୁଷ୍ଟ ହୋଇଥାଏ। ତେବେ ଜଲଦି କ୍ୟାଲୋରୀ କମ୍ କରିବା ପାଇଁ ମିଶ୍ରି ଓ ପାନମଧୁରୀ ପାଣି ବେଶ୍ କାମ କରିଥାଏ। କୋଲୋଷ୍ଟ୍ରଲ କମାଇବାରେ ମଧ୍ୟ ପାନମଧୁରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାନମଧୁରୀରେ ଅଧିକ ପରିମାଣରେ ଫାଇବର ରହିଥାଏ, ଯାହା କୋଲୋଷ୍ଟ୍ରଲ କମାଇବାରେ ସାହାଯ୍ୟ କରେ। ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
- ପରିଅଡ୍ସରେ ହେଉଥିବା ସମସ୍ୟା ଯେପରି, ଯନ୍ତ୍ରଣା, ଅଣ୍ଟା ଦରଜ ଇତ୍ୟାଦି ସମସ୍ୟା ଦୂର କରିଥାଏ।
- ଯଦି ଆପଣଙ୍କର ଡିହାଇଡ୍ରେସନ ସମସ୍ୟା ରହିଛି, ତେବେ ଏହି ପାଣି ଆପଣଙ୍କ ଶରୀରକୁ ହାଇଡ୍ରେଟ୍ କରିଥାଏ।
- ଆଖିକୁ ସୁସ୍ଥ ରଖିବା ପାଇଁ ପାନମଧୁରୀ ଏବଂ ମିଶ୍ରି ପାଣି ପିଇବା ଉଚିତ। ଦୃଷ୍ଟିଶକ୍ତି ଦୁର୍ବଳ ଥିଲେ ଏହି ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ। ଆଖିର ଷ୍ଟ୍ରେସ ଦୂର କରେ ଏହି ପାଣି।
- ପାଚନ ଶକ୍ତି ମଧ୍ୟ ମଜବୁତ କରିଥାଏ ମିଶ୍ରି ଏବଂ ପାନମଧୁରୀ ପାଣି।
Powered by Froala Editor