ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ କରାଚିରେ ଲୁଚିଛି
ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମକୁ ନେଇ ପୁଣି ପାକିସ୍ତାନ ମିଛ କହିଥିବା ଜଣାପଡ଼ିଛି । ବର୍ତ୍ତମାନ ଆତଙ୍କବାଦୀ ଦାଉଦ୍ କରାଚିରେ ଲୁଚି ରହିଥିବା କୁହାଯାଉଛି । ଏନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ଆଗରେ ସତ କହିଛି ଦାଉଦ ଇବ୍ରାହିମର ଭଣଜା ଅଲ୍ଲିଶାହ ପାରକର।
ଇଡିର ପଚରାଉଚରା ବେଳେ ଅଲ୍ଲିଶାହା କହିଛି, ‘ଦାଉଦ ଇବ୍ରାହିମ୍ ତା’ ମାମୁ। ସେ ୧୯୮୬ ଯାଏଁ ଦକ୍ଷିଣ ମୁମ୍ବାଇର ଡମ୍ବରବାଲା ବିଲ୍ଡିଂର ଚତୁର୍ଥ ଫ୍ଲୋରରେ ରହୁଥିଲେ। କିନ୍ତୁ କିଛି ସମ୍ପର୍କୀୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେ ଏବେ କରାଚିରେ ଥିବା ମୁଁ ଶୁଣିବାକୁ ପାଇଛି।’
୧୯୮୬ ପରେ ଦାଉଦ ଇବ୍ରାହିମ ଭାରତ ଛାଡ଼ି ଦେଇଥିଲା। ବର୍ତ୍ତମାନ ସେ ପାକିସ୍ତନାର କରାଚିରେ ଅଛି। ଦାଉଦ ଇବ୍ରାହିମକୁ ବିଶ୍ୱସ୍ତରରେ ଆତଙ୍କବାଦୀ ବୋଲି ଘୋଷଣା କରିସାରିଛି ସଂଯୁକ୍ତ ରାଷ୍ଟ୍ର। ତାର ଭାରତରେ ଅନେକ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପକ୍ତି ରହିଛି । ଦାଉଦକୁ ଧରିବାକୁ ଦୀର୍ଘଦିନ ଧରି ଖୋଜାଖୋଜି ଜାରି ରହିଛି ।
Powered by Froala Editor