ଗେରୁଆ ଦଳର ଶାସନ ହିଟଲର ଠାରୁ ବି ଆହୁରି ଖରାପ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ରର ବିଜେପି ସରକାର ନାଜି ଶାସକ ଆଡଲଫ ହିଟଲର, ଜୋସେଫ ଷ୍ଟାଲିନ ଓ ବେନିଟ ମୁସୋଲିନ ଠାରୁ ବି ଆହୁରି ଖରାପ ସରକାର ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ରାଜ୍ୟର ଅନ୍ତରୀଣ ବିଷୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମମତା କହିଛନ୍ତି ” କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ରାଜ୍ୟର ଅନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ବିଜେପି ସରକାର ଦେଶର ସଂଘୀୟ ବ୍ୟବସ୍ଥା ଉପରେ ବୁଲ୍ଡୋଜର ଚଢ଼ାଉଛନ୍ତି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ୱାଧୀନତା ଦେବା ଉଚିତ୍। ଗେରୁଆ ଦଳର ଶାସନ ଆଡଲଫ ହିଟଲର, ଜୋସେଫ ଷ୍ଟାଲିନ ଓ ବେନିଟ ମୁସୋଲିନ ଠାରୁ ବି ଆହୁରି ଖରାପ।”
ନିକଟରେ ତେଲ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ମମତା । ଶନିବାର କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ କାଟ କରିଥିଲେ। ତେବେ ଏହା କେନ୍ଦ୍ର ସରକାର ନିର୍ବାଚନ ଏଜେଣ୍ଡା ଥିଲା ବୋଲି ମମତା କହିଥିଲେ। .
ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବ୍ସିଡି ଘୋଷଣା କରାଯାଇଛି। ଏହା କେନ୍ଦ୍ର ସରକାରଙ୍କ ଏକ ନିର୍ବାଚନୀ ଷ୍ଟଣ୍ଟ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ଲୋକେ ୮୦୦ ଟଙ୍କାରେ କିପରି ଏଲ୍ପିଜି କିଣିବେ ବୋଲି ମମତା ପ୍ରଶ୍ନ କରିଛନ୍ତି।
Powered by Froala Editor