ତାଲିବାନୀ ସରକାରଙ୍କୁ ବିରୋଧ : ମୁହଁ ଢାଙ୍କି ନ୍ୟୁଜ୍ ପଢ଼ିଲେ ପୁରୁଷ ଆଙ୍କର
ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନର ଶାସନ ନାରୀମାନଙ୍କ ଅଧିକାର ସଂକୁଚିତ କରିବାରେ ଲାଗିଛି । କ୍ଷମତାକୁ ଆସିବା ପରେ ପୁଣି ମହିଳାଙ୍କ ଉପରେ କଟକଣା ଲଗାଇଛି ତାଲିବାନ ସରକାର। କେବଳ ଆଖି ଛାଡ଼ି ପୂରା ଶରୀର ଘୋଡ଼ାଇ ହେଇ ରହିବାକୁ ମହିଳାମାନଙ୍କୁ ହୁକୁମ କରିଛନ୍ତି ତାଲିବାନର ଏକଛତ୍ରବାଦୀ ସରକାର। କେବଳ ସେତିକି ନୁହେଁ ବାହାରକୁ ଗଲେ ସାଥିରେ ପୁରୁଷ ସାଥି ଯିବା ବି ବାଧ୍ୟତାମୁଳକ ହୋଇଛି। ଯଦି କାହାଘରର ମହିଳା ନିୟମ ନ ମାନନ୍ତି ତେବେ ସେହି ଘରର ପୁରୁଷଙ୍କୁ ଜେଲ୍ ଦଣ୍ଡ ମିଳିବ।
ଏହାକୁ ନେଇ ଆଫଗାନିସ୍ତାନ ସମେତ ସମଗ୍ର ବିଶ୍ବରେ ଥିବା ଆଫଗାନମାନେ ବିରୋଧ କରିଛନ୍ତି । ମହିଳା ଆଙ୍କରମାନଙ୍କୁ ସମର୍ଥନ କରି ପୁରୁଷ ଆଙ୍କରମାନେ ମଧ୍ୟ ମୁହଁରେ ମାସ୍କ ଲଗାଇ ସମ୍ବାଦ ପାଠ କରୁଛନ୍ତି ।
ଏହା ପୂର୍ବରୁ ଆଫଗାନିସ୍ତାନରେ ମହିଳାମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଉପରେ କଟକଣା ଜାରି କରାଯାଇଥିଲା । ଆଫଗାନିସ୍ତାନର ସହର ହେରାତରେ ତାଲିବାନର ଅଧିକାରୀମାନେ ମହିଳାମାନଙ୍କୁ ଲାଇସେନ୍ସ ନ ଦେବାକୁ ଡ୍ରାଇଭିଂ ସ୍କୁଲମାନଙ୍କୁ ତାଲିବାନ ନିର୍ଦ୍ଦେଶ ଦେଇଥିଲା । ସେହିପରି ରେଷ୍ଟୋରାଁରେ ମହିଳା ଓ ପୁରୁଷ ଏକାଠି ଖାଇବା ଉପରେ କଟକଣା ଜାରି କରାଯାଇଥିଲା ।
Powered by Froala Editor