୩୦୦ ଫୁଟ୍ କୂଅରେ ପଡ଼ି ୬ ବର୍ଷର ଶିଶୁ ପୁତ୍ର ମୃତ
ପଞ୍ଜାବର ହୋସିୟାରପୁର ଜିଲ୍ଲା ଗଢଦିୱାଲା ଅଞ୍ଚଳରେ ୩୦୦ ଫୁଟ ଗଭୀର ଏକ ବୋରୱେଲରେ ପଡିବା ପରେ ୬ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ସାଢେ ତିନି ଘଣ୍ଟାର କସରତ ପରେ କୂଅରେ ଖସିପଡ଼ି ଥିବା ୬ ବର୍ଷର ଛୁଆକୁ ବହୁ କଷ୍ଟରେ ଉଦ୍ଧାର କରାଗଲା। ଉଦ୍ଧାର ପରେ ପିଲାଟିକୁ ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ହେଲେ ରିତିକ୍।
ରବିବାର ସକାଳ ପ୍ରାୟ ୯ରୁ ୧୦ଟା ମଧ୍ୟରେ ଘଟିଥିଲା ଏକ ଅଘଟଣ। ଚାଷ ଜମିରେ ଖେଳୁଥିବା ବେଳେ ରିତିକ୍ ସେଠାରେ ଥିବା ଏକ ବୋରୱେଲ ଉପରେ ଚଢିଥିଲା। ଏହାପରେ ବୋରୱେଲ ଭିତରେ ପଡି ଫସି ରହିଥିଲା। ରିତିକ୍ କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏନଡିଆରଏଫର ଟିମକୁ ମୁତୟନ କରାଯାଇଥିଲା। ସେନାର ଯବାନଙ୍କ ସାହାଯ୍ୟ ମଧ୍ୟ ନିଆଯାଇଥିଲା। ତେବେ ସବୁ ପ୍ରାୟସ ସତ୍ତ୍ୱେ ନାବାଳକ ଜୀବନ ବଞ୍ଚିପାରି ନାହିଁ।
Powered by Froala Editor