ଶ୍ରୀଲଙ୍କାରୁ ହଟିଲା ଏମରଜେନ୍ସି
ପ୍ରାୟ ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଛି ଏମରଜେନ୍ସି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶରୁ ଜରୁରୀକାଳୀନ ହଟାଇବାକୁ ଘୋଷଣା କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଗୋଟିଏ ମାସରେ ଦୁଇଥର ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଶୁକ୍ରବାର ମଧ୍ୟରାତ୍ରୀରୁ ସାରା ଦେଶରୁ ଜରୁରୀ ପରିସ୍ଥିତି ହଟାଇ ଦିଆଯାଉଛି। ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧୁରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଂକଟ ପାଇଁ ରାଜପକ୍ଷେ ପରିବାର ଦୋଷୀ ଥିବା ଏଠାକର ଲୋକେ ଭାବୁଛନ୍ତି। ଏହି କାରଣରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦେଶର ଜନାତା ରାସ୍ତାକୁ ଓହ୍ଲାଇବା ସହ ହିଂସା ଘଟାଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗୋଟବାୟା ରାଜପକ୍ଷେ ଦେଶରେ ଏମରଜେନ୍ସି ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଦଶରେ ସରକାର ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନକାରୀ ମଧ୍ୟରେ ସଂଘର୍ଷରେ ୯ ଜଣଙ୍କ ଜୀବନ ଯାଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକେ ଆହାତ ହୋଇଥିଲେ।
Powered by Froala Editor