ସାଂସଦ ସଙ୍ଗୀତାଙ୍କ ଘର ସାମ୍ନାରେ ଠିକାଦାର ଓ ଶ୍ରମିକଙ୍କ ଅନଶନର କାରଣ କ’ଣ ଜାଣନ୍ତୁ
ପାଟଣାଗଡ଼: ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପାଟଣାଗଡ଼ସ୍ଥିତ ବାସଭବନ ତଥା ରାଜଖମାର ସମ୍ମୁଖରେ କିଛି ଶ୍ରମିକ ଓ ଠିକାଦାର ବକେୟା ଟଙ୍କା ପ୍ରଦାନ ଦାବିରେ ଅନଶନ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ସାଂସଦ ଶ୍ରୀମତୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱର ରାଜଭବନ ନିକଟସ୍ଥ ବାସଭବନରେ ସେମାନେ ବିଭିନ୍ନ କାର୍ଯ୍ୟ କରିଥିଲେ । ସେହି କାର୍ଯ୍ୟ ବାବଦକୁ ୧୫ ଲକ୍ଷରୁ ଅଧିକ ଟଙ୍କା ସେମାନେ ପାଇବାର ଅଛି । କିନ୍ତୁ ଏହି ବକେୟା ଟଙ୍କା ନ ଦେଇ ସିଂହଦେଓ ଦମ୍ପତି କେବଳ ଦିନ ଗଡ଼ାଇ ଚାଲିବା ସହ ସେମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି । ତେଣୁ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ସେମାନେ ଏଠାରେ ଅନଶନରେ ବସିବେ ବୋଲି କାମ କରିଥିବା ଠିକାଦାର ଓ ଶ୍ରମିକ କହିଛନ୍ତି ।