ଜାମିନ ପରେ ଜେଲ୍ରୁ ବାହାରିଲେ ଇନ୍ଦ୍ରାଣୀ

ଦୀର୍ଘ ଛଅ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ନିଜ ଝିଅ ଶୀନା ବୋରାର ହତ୍ୟା ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ। ବୁଧବାର ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଶୁକ୍ରବାର ଭାୟଖଲା ଜେଲରୁ ସେ ବାହାରିଛନ୍ତି। ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଇନ୍ଦ୍ରାଣୀଙ୍କୁ ଜାମିନ ମିଳିଛି। ତେବେ ତାଙ୍କୁ ଦୁଇ ସପ୍ତାହ ଭିତରେ ଏହି ଅର୍ଥ ଜମା କରିବାକୁ ପଡିବ।
ଜେଲରୁ ମୁକୁଳିବା ବେଳେ ଇନ୍ଦ୍ରାଣୀ ଏକ ଧଳା ଚୁଡ଼ିଦାର ପିନ୍ଧିଥିବା ନଜରକୁ ଆସିଛନ୍ତି। ଜେଲରୁ ବାହାରିବା ପରେ ଇନ୍ଦ୍ରାଣି କହିଛନ୍ତି ଯେ, ସେ ନିଜ ଭିତରେ ଅଶ୍ୱସ୍ତି ଅନୁଭବ କରୁଛନ୍ତି। ଭବିଷ୍ୟତ ଯୋଜନା ସମ୍ପର୍କରେ କିଛି ଚିନ୍ତା କରି ନଥିବା ସେ କହିଛନ୍ତି। ବହୁ ଦିନ ପରେ ମୁଁ ଖୋଲା ଆକାଶ ଦେଖିଲି, ସେଥିପାଇଁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି। ମୁଁ ଜେଲରେ ଥିବା ବେଳେ ଅନେକ କିଛି ଶିଖିଛି। ସେ ସବୁ ଅଭିଜ୍ଞତା ବିଷୟରେ ମୁଁ ପରବର୍ତ୍ତୀ ସାକ୍ଷାତକାରରେ କହିବି ବୋଲି ଇନ୍ଦ୍ରାଣୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀ ଏପ୍ରିଲ ୨୦୧୨ରେ ତାଙ୍କ ଝିଅ ଶିନା ବୋରା (୨୪)ଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ।
Powered by Froala Editor