ଟିକା ନେବା ପରେ କ’ଣ କରିବେ କ’ଣ ନକରିବେ ଜାଣନ୍ତୁ?

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ୪୫ ବର୍ଷରୁ ଅଧିକ ବୟସ୍କମାନଙ୍କ ଟିକାକରଣ ଜାରି ରହିଥିବା ବେଳେ ଟିକା ନେବା ପରେ କ’ଣ ସବୁ କରିବାକୁ ହେବ ଏବଂ କେଉଁଥିରୁ ଜଣେ ବିରତ ରହିବା ଜରୁରୀ ସେ ସଂକ୍ରାନ୍ତ ନାନା ଆଲୋଚନା ଜାରି ରହିଛି । ତେବେ ଟିକା ନେଇ ଜଣେ ସହବାସ କରିପାରିବ ନା ନାହିଁ ସେଭଳି ଏକ ଅନାଲୋଚିତ ପ୍ରଶ୍ନ ଏବେ ସାମାଜିକ ଗଣମାଧ୍ୟମରେ ଛାଇଯାଇଛି । ବିଶେଷଜ୍ଞମାନେ ଏ ଦିଗରେ କିଛି ଆଲୋକପାତ କରିଛନ୍ତି । ସେମାନଙ୍କ କହିବାନୁସାରେ, କୋଭିଡ ଟିକାର ଦୀର୍ଘକାଳୀନ ପାଶ୍ୱର୍ପ୍ରତିକି୍ରୟା କ’ଣ ରହିବ ଏବଂ ଟିକା ନେବା ପରେ କୌଣସି ପୁରୁଷ ଓ ମହିଳାଙ୍କ ସହବାସରେ ଏହା କି ପ୍ରଭାବ ପକାଇବ ତାହା ଏବେଠାରୁ କହିହେବ ନାହିଁ । ସେହିପରି ଜଣେ ଟିକାପ୍ରାପ୍ତ ହିତାଧିକାରୀ ମଧ୍ୟ ସବୁବେଳେ ଶାରୀରିକ ସମ୍ପର୍କରୁ ବିରତ ରହିବା ସମ୍ଭବ ନୁହେଁ । ସୁତରାଂ ପ୍ରତିଷେଧକ ହିଁ ଶ୍ରେଷ୍ଠ ସୁରକ୍ଷା ବୋଲି ଗାଜିଆବାଦ ସ୍ଥିତ କଲମ୍ବିଆ ଏସିଆ ହସ୍ପିଟାଲର ଡା.ଦୀପକ ବର୍ମା କହିଛନ୍ତି ।