ବ୍ରଜରାଜନଗର ନିର୍ବାଚନ ପାଇଁ ଏହି ନେତା ହେଲେ ବିଜେଡ଼ି ତାରକା ପ୍ରଚାରକ
ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି । ତାରକା ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା, ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ସହ ଛାମୁଆ ସଂଗଠନର ନେତାମାନେ ସାମିଲ ହୋଇଛନ୍ତି ।
ବିଜେଡ଼ି ପକ୍ଷରୁ ଜାରି ତାରକା ପ୍ରଚାରକ ତାଲିକାରେ ରହିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଡକ୍ଟର ଅରୁଣ କୁମାର ସାହୁ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ସମୀର ରଞ୍ଜନ ଦାସ, ନବକିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ, ଚନ୍ଦ୍ରସାରଥି ବେହେରା ମଧ୍ୟ ତାରକା ପ୍ରଚାରକ ରହିଛନ୍ତି ।
ଏତଦବ୍ୟତୀତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂଦେଓ, ସୁବାସ ସିଂ, କଳିକେଶ ନାରାୟଣ ସିଂହଦେଓ, ସ୍ନେହାଗିନୀ ଛୁରିଆ, ଡକ୍ଟର ସସ୍ମିତ ପାତ୍ର, ସୁଜିତ କୁମାର, ମୁଜିବୁଲା ଖାନ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡେ଼ଇ, ଦେବେଶ ଆଚାର୍ଯ୍ୟ, ରାଜେନ୍ଦ୍ର ଢୋଲକିଆ, ରିତା ସାହୁ, ପ୍ରଶାନ୍ତ ବେହେରା, ନଳିନୀକାନ୍ତ ପ୍ରଧାନ, ସରୋଜ ମେହେର, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ପ୍ରଦୀପ କୁମାର ଦିଶାରୀ, କିଶୋର ଚନ୍ଦ୍ର ନାୟକ, ଆକାଶ ଦାସ ନାୟକ, ଯୋଗେଶ ସିଂ, ଅରିନ୍ଦମ ରାୟ, ସୌଭାଗ୍ୟ ନାୟକ ଓ ବୈକୁଣ୍ଠ ନାୟକ ରହିଛନ୍ତି ।
Powered by Froala Editor