ଅଧିକ କଞ୍ଚା ପିଆଜ ଖାଉଛନ୍ତି କି? ହୋଇପାରେ ଏହି ସମସ୍ୟା

ଆପଣ ଅଧିକ ମାତ୍ରାରେ କଞ୍ଚା ପିଆଜ ଖାଉଛନ୍ତି କି? କଦାପି ଏହି ଭୁଲ୍ କରନ୍ତୁ ନାହିଁ। ଯଦିଓ କଞ୍ଚା ପିଆଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ, କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ, ଯଦ୍ଦ୍ଵାରା ଶରୀରକୁ ନାନା କ୍ଷତି ବି ପହଞ୍ଚି ପାରେ। ସମସ୍ତେ ଜାଣନ୍ତି ଯେ କୌଣସି ବି ଜିନିଷ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ସବୁବେଳେ ସମସ୍ୟା ହିଁ ସୃଷ୍ଟି ହୋଇଥାଏ। ଏଠି ପିଆଜ ସେବନ ବି ସୀମିତ ମାତ୍ରାରେ କରିବା ଉଚିତ। ବେଶି ମାତ୍ରାରେ ଏହାକୁ ଖାଇବା ଆଦୌ ଉଚିତ ନୁହେଁ। ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ସେବନ କରିବେ, ତ ବ୍ଲଡ୍ ସୁଗାର ଲେବଲ ବଢ଼ିବାଠୁ ଆରମ୍ଭ କରି ଆପଣଙ୍କ ପେଟ ଖରାପ ହେବା ପର୍ଯ୍ୟନ୍ତ ନାନା ସମସ୍ୟା ଉପୁଜିପାରେ। ଆସନ୍ତୁ ଜାଣିବା, ଏହା ବ୍ୟତୀତ ଆଉ କେଉଁ କେଉଁ ଅସୁବିଧା ହୋଇପାରେ।
ଏସିଡିଟି ସମସ୍ୟା: ପିଆଜରେ ଗ୍ଲୁକୋଜ ଏବଂ ଫ୍ରୁକଟୋଜ ଅଧିକ ମାତ୍ରାରେ ରହିଛି। ଏହା ବ୍ୟତୀତ ଏଥିରେ ଫାଇବର ବି ଅଧିକ ରହିଥାଏ, ଯାହାକି ଖାଦ୍ୟକୁ ଭଲ ଭାବରେ ହଜମ କରାଇ ପାରି ନ ଥାଏ। ଏପରି ସ୍ଥିତିରେ ଏସିଡିଟି ସମସ୍ୟା ହୋଇପାରେ।
ମଧୁମେହ ରୋଗୀଙ୍କ ପାଇଁ ବିପଦ: ବ୍ଲଡ୍ ସୁଗାର ପାଇଁ ମଧ୍ୟ କଞ୍ଚା ପିଆଜ ଲାଭଦାୟକ ନୁହେଁ। ସମସ୍ତେ ଜାଣନ୍ତି ଯେ ମଧୁମେହ ରୋଗୀମାନଙ୍କୁ କୌଣସି ବି ଜିନିଷର ସେବନ ଅତି ଯତ୍ନର ସହିତ କରିବାକୁ ପଡ଼ିଥାଏ। ଏମିତିରେ ଯଦି ଆପଣ ଡାଇବେଟିସ୍ ରୋଗୀ, ତା’ ହେଲେ କଞ୍ଚା ପିଆଜ ଖାଇବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ନଚେତ୍ ଆପଣଙ୍କ ସମସ୍ୟା ଆହୁରି ବଢ଼ି ଯାଇପାରେ।
ଛାତିରେ ଜ୍ୱଳନ: ଯଦି ଆପଣ ଅଧିକ ମାତ୍ରାରେ କଞ୍ଚା ପିଆଜ ଖାଉଛନ୍ତି, ତା’ ହେଲେ ସାବଧାନ ହୋଇ ଯାଆନ୍ତୁ। କାରଣ, ଏଥିରୁ ଆପଣଙ୍କ ସମସ୍ୟା ଆହୁରି ବଢ଼ି ଯାଇପାରେ। ଅଧିକ କଞ୍ଚା ପିଆଜ ଖାଇଲେ ଛାତି ଜଳାପୋଡ଼ା ସମସ୍ୟା ଉପୁଜିପାରେ। ତେଣୁ ଆପଣ କଞ୍ଚା ପିଆଜ ଅଧିକ ମାତ୍ରାରେ ଖାଇବାଠୁ ଦୂରେଇ ରୁହନ୍ତୁ।
ପାଟିରୁ ଆସିପାରେ ଦୁର୍ଗନ୍ଧ: କେବଳ ଏହି ସବୁ ସମସ୍ୟା ନୁହେଁ, ଅଧିକ ପିଆଜ ଖାଇଲେ ପାଟିରୁ ଦୁର୍ଗନ୍ଧ ମଧ୍ୟ ଆସିଥାଏ। ତେଣୁ ଚେଷ୍ଟା କରନ୍ତୁ ଯେପରି ଆବଶ୍ୟକତାଠାରୁ ଅଧିକ କଞ୍ଚା ପିଆଜ ଆପଣ ଖାଇବେ ନାହିଁ। ଯଦି ଖାଆନ୍ତି, ତା’ ହେଲେ ସଙ୍ଗେ ସଙ୍ଗେ ପାଣିରେ କୁଳି କରି ଦିଅନ୍ତୁ।
Powered by Froala Editor