ସମ୍ପୁର୍ଣ୍ଣ ନିଦରେ ଶୋଉନାହାନ୍ତି କି? ଭୋଗିବେ ଏହି ସାଙ୍ଘାତିକ ରୋଗ
ଭଲ ନିଦ ଜୀବନରେ ନିହାତି ଆବଶ୍ୟକ । ଖାସ କରି ବୟସ ବଢିଲେ ଏହା ଉପରେ ବେଶୀ ଧ୍ୟାନ ଦେବା ଉଚିତ । ଏହି ରିସର୍ଚ୍ଚରେ ଏହା ମଧ୍ୟ ସାମନାକୁ ଆସିଛି କି ୩୮ବର୍ଷରୁ ୭୩ବର୍ଷ ଯାଏଁ ଲୋକେ ଯଦି ଏକା ସହ ସାତ ଘଣ୍ଟାର ନିଦ ପୁରା କରୁଛନ୍ତି ତେବେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଅଟେ । ଯାହା ଫଳରେ ମାନସିକ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥାଏ । ଭାବିବା, ଚିନ୍ତା କରିବା କଥା ହେବା ଓ ବିଶେଷ ଭାବେ ମନେ ରଖିବା ପରି କ୍ଷମତା ବଢିଥାଏ । ତେଣୁ ଜାଣିବା ଲୋକମାନେ କେତେ ଘଣ୍ଟା ଶୋଇବା ଉଚିତ ବୟସ ଅନୁପାତରେ ।
ପ୍ରଫେସର ବାରବାରଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି ଗଭୀର ନିଦରେ ଅଛନ୍ତି ଆଉ ହଠାତ ନିଦ ଭାଙ୍ଗିଥାଏ ତେବେ ତାର ମେମୋରୀ ଉପରେ ବହୁତ ହି ପ୍ରଭାବ ପଡିଥାଏ । ଏଥିରୁ ଏମିଲଏଡ ନାମର ପ୍ରୋଟିନ ତିଆରି ହୁଏ । ଯଦି ଠିକରେ କାମ ନକରେ ତେବେ ଗର୍ତ୍ତ ତିଆରି କରିପାରେ । ଯଦି ଏହା ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ଏହା ଡିମେନ୍ସିଆ ହୋଇଥାଏ ।
ହେଲ୍ଥ ୱେବସାଇଟର ଏକ ରିପୋର୍ଟ ହିସାବରେ ପୁରୁଷ ତୁଳନାରେ ମହିଳାଙ୍କ ପାଇଁ ନିଦ ଅଧିକ ଜରୁରୀ । ଯଦି ଏହା ନହୁଏ ତେବେ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ପ୍ରକୃତରେ ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ଭଲି ନିଦ ବିଶେଷଜ୍ଞଙ୍କ କଥା ଅନୁସାରେ ଅଧିକ ମାନସିକ ଶକ୍ତି ବ୍ୟବହାର କରିବା ଫଳରେ ଅଧିକ ନିଦର ଆବଶ୍ୟକତା ହୋଇଥାଏ । ଏବଂ ମହିଳା ନିଜ ମାନସିକ ଉର୍ଜାର ବ୍ୟବହାର ଅଧିକ କରିଥାନ୍ତି ।
ବ୍ରିଟେନର କେମ୍ବ୍ରିଜ ଯୁନିଭରସିଟିରେ ନିଦକୁ ନେଇ ହୋଇଥିବା ରିସର୍ଚ୍ଚରେ ଦୁନିଆର ୫ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି । ଏଥିରେ ଜଣାପଡିଥିଲା କି ଯେଉଁ ଲୋକ କମ ନିଦ ନେଇଥାନ୍ତି ସେମାନଙ୍କୁ ମେମୋରୀ ସହ ଯୋଡା ସମସ୍ୟା ହୋଇଥାଏ । ଏହି ଲୋକମାନଙ୍କୁ କିଛି ପ୍ରଶ୍ନ ପଚରାଗଲା ଓ ପ୍ରବ୍ଲମ ସଲଭିଙ୍ଗ ସ୍କିଲକୁ ପରଖା ଯାଇଥିଲା । ଏଥିରେ ସେହି ଲୋକେ ଅଦିକ ପ୍ରଦର୍ଶନ କଲେ ଯେଉଁମାନେ ୨୪ଘଣ୍ଟାରେ ଅତି କମରେ ୭ଘଣ୍ଟା ଶୁଅନ୍ତି ।
ଏହି ରିସର୍ଚ୍ଚରେ ସାମିଲ ଥିବା ୪୦ହଜାର ଲୋକଙ୍କ ମୁଣ୍ଡର ଜେନେଟିକ ଡାଟା ଦେଖିବା ପରେ ଜଣାପଡିଥିଲା କି ମୁଣ୍ଡ ଉପରେ ସଂରଚନାର ସିଧା ସମ୍ବନ୍ଧ ନିଦ ସହ ରହିଛି ।
କହିରଖୁଛୁ ବୟସ ଅନୁସାରେ କେତେ ନିଦ ଜରୁରୀ
- ନବଜଜାତ ଠୁ ୩ମାସ ଯାଏଁ ପିଲା ୧୧ରୁ ୧୯ଘଣ୍ଟା ନିଦ ଆବଶ୍ୟକ
- ଚାରିମାସରୁ ୧୧ମାସ ଯାଏଁ ପିଲାଙ୍କୁ ୧୦ରୁ ୧୮ଘଣ୍ଟା ନିଦ ଦରକାର
- ବର୍ଷକରୁ ୨ବର୍ଷ ପିଲା ପାଇଁ ୧୦ରୁ ୧୨ ଘଣ୍ଟା ନିଦର ଆବଶ୍ୟକତା ରହିଛି
- ୩ବର୍ଷରୁ ୫ବର୍ଷ ପିଲା ପାଇଁ ୯ରୁ ୧୧ଘଣ୍ଟା ଶୋଇବା ଉଚିତ
- ୬ରୁ ୧୩ବର୍ଷର ପିଲାଙ୍କୁ ୯ଘଣ୍ଟା ନିଦ ଆବଶ୍ୟକ
- ୧୪ ରୁ ୧୭ବର୍ଷର ପିଲା ପାଇଁ ୮ଘଣ୍ଟା ନିଜ ଜରୁରୀ
- ସେହିପରି ୧୮ବର୍ଷରୁ ଆଜୀବନ ଯୋଁ ୭ରୁ ୮ଘଣ୍ଟା ନିଦରେ ଶୋଇବା ଉଚିତ
ଦର୍ଶକବନ୍ଧୁ ଭଲ ନିଦ ପାଇଁ ସର୍ବପ୍ରଥମେ ଶୋଇବା ଓ ଉଠିବାର ସମୟ ନିର୍ଧାରିତ କରନ୍ତୁ । ଶୋଇବା ପାଇଁ ସମୟ ସେଭଳି କରିବା ଉଚିତ ଯେତେବେଳେ ଆପଣ ଥକକ୍କା ଅନୁଭବ କରିବେ । ଶେଯ ଆରାମ ଦାୟକ ହେବା ଉଚିତ । ନିୟମିତ ବାୟାମ କରିବା ଦ୍ୱାରା ନିଦ ଭଲ ହୁଏ । କଫି ଓ ଚାହା ଭଳି ପଦାର୍ଥ ଅଧିକ ସେବନ କରିବା ଅନୁଚିତ । ଭଲ ନିଦ ପାଇଁ ମଦ୍ୟପାନ ଓ ଧୂମ୍ରପାନଠୁ ଦୂରେଇ ରୁହନ୍ତୁ । ଆଉ ଅଧିକ ନଖାଇ କମ ଖାଇଲେ ନିଦ ଭଲ ହୁଏ ବୋଲି ପରାମର୍ଶ ଦିଆଯାଇଥାଏ ।
Powered by Froala Editor