ଆଜି ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେବେ ରାଜୀବ କୁମାର

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେବେ ରାଜୀବ କୁମାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ କୁମାରଙ୍କୁ ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଆଜି ସିଇସି ଭାବେ ଦାୟିତ୍ବ ଗ୍ରହଣ କରିବେ ରାଜୀବ କୁମାର । ଶନିବାର ଅବସର ନେଇଛନ୍ତି ସୁଶୀଲ ଚନ୍ଦ୍ରା ।
ବିହାର ଝାଡଖଣ୍ଡ କ୍ୟାଡର ୧୯୪୮ ବ୍ୟାଚ ଆଇଏସ ଅଧିକାରୀ ରାଜୀବ କୁମାର ୨୦୨୨ ମେ ୧୫ରୁ ୨୦୨୫ ଫେବୃଆରୀ ୧୮ ଯାଏଁ ମୁଖ୍ୟ ନିର୍ବାଚନ କମିଶନର ପଦ ସମ୍ଭାଳିବେ । ସମ୍ବିଧାନ ଅନୁସାରେ କମିଶନରଙ୍କ କାର୍ୟ୍ୟକାଳ ୬ ବର୍ଷ କିମ୍ବା ୬୫ ବର୍ଷ ବୟସ ପର୍ୟ୍ୟନ୍ତ ପରିପାରିବେ । ସମ୍ବିଧାନ ଧାରା ୩୨୪ର ଖଣ୍ଡ (୨) ଆଧାରରେ ରାଜୀବ କୁମାରଙ୍କୁ ରାଷ୍ଟ୍ରପତି ସିଇସି ଭାବେ ନିଯୁକ୍ତି କରିଛନ୍ତି ।ପ୍ରକାଶ ଥାଉ କି, ଆଗାମୀ ଦିନରେ ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନକୁ ରାଜୀବ କୁମାର ପରିଚାଳନା କରିବେ । ରାଜୀବ କୁମାର ୩୭ ବର୍ଷରୁ ଅଧିକ ଦିନ ସେବା ଯୋଗାଇ ଆସୁଛନ୍ତି । ସେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରରେ କାର୍ୟ୍ୟ କରିଛନ୍ତି ।
Powered by Froala Editor