ପରଟା ଥିବା କାଗଜରେ ଗୁଡେଇ ହୋଇଥିଲା ସାପ କାତି, ଅଭିଯୋଗ ପରେ ରେସ୍ତୋରାଁ ବନ୍ଦ
କେରଳରେ ଏକ ରେସ୍ତୋରାଁ ଡେଲିଭର କରିଥିବା ଖାଦ୍ୟ ପ୍ୟାକେଟରୁ ସାପ କାତି ବାହାରିଛି। ଏଭଳି ଅଜବ ଘଟଣା ଘଟିବା ପରେ ସାପ କାତି ଥିବା ଖାଦ୍ୟ ପାଇଥିବା ମହିଳା ଅଭଯୋଗ କରିବାରୁ ତଦନ୍ତ କରାଯାଇ ରେସ୍ତୋରାଁକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ଥିରୁଭନନ୍ତପୁରମରେ ରହୁଥିବା ପ୍ରିୟା ନାମ୍ନୀ ଜଣେ ମହିଳା ଗୁରୁବାର ସ୍ଥାନୀୟ ଶାଲିମାର ରେଷ୍ଟୁରାଣ୍ଟରୁ ଦୁଇ ପିସ୍ ପରାଠା ମଗାଇଥିଲେ। ଖାଦ୍ୟ ଡେଲିଭରି ପରେ ମହିଳା ଜଣଙ୍କ ପ୍ରଥମେ ତାଙ୍କ ଝିଅଙ୍କୁ ପରସିଥିଲେ। କିନ୍ତୁ ସିଏ ସେତେବେଳକୁ ଖାଇସାରିଲେ। ତେଣୁ ମହିଳା ଜଣକ ଏହାକୁ ଖାଇବା ପାଇଁ ପ୍ୟାକେଟ ଖୋଲିଥିଲେ। ହେଲେ ଭିତରେ ଜରି କଭରରେ ଏକ ସାପ ଚମଡ଼ା ଦେଖିବାକୁ ମିଳିଥିଲା। ପରେ ମହିଳା ଜଣକ ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ମହିଳାଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ କହିଥିଲେ।
ପରେ ମହିଳାଙ୍କ ଅଭିଯୋଗ ପରେ ମ୍ୟୁନ୍ସିପାଲ କର୍ତ୍ତୃପକ୍ଷ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଯାଞ୍ଚ ପରେ ଉକ୍ତ ରେଷ୍ଟୁରାଷ୍ଟରେ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଜଣାପଡ଼ିଥିଲା। ଏହା ପରେ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଉକ୍ତ ରେଷ୍ଟୁରାଣ୍ଟକୁ ବନ୍ଦ କରିଦିଆଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ସାପ କାତିଟି ପରଟାରେ ନୁହେଁ ବରଂ ଗୁଡ଼ାଯାଇଥିବା କାଗଜରେ ଥିଲା।

Powered by Froala Editor