ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର
ଭୁବନେଶ୍ୱର: ପୁଣି ବଢ଼ିଛି ଏଲପିଜି ସିଲିଣ୍ଡରର ଦର । ଯାହା ସାଧାରଣ ଜନତାଙ୍କୁ ବଡ଼ ଝଟକା ଦେଇଛି । ଘରୋଇ ଏଲପିଜି ସିଲିଣ୍ଡର ଦାମରେ ୫୦ ଟଙ୍କା ବୃଦ୍ଧି ପାଇଛି। ଘରୋଇ ଏଲପିଜି ବଢିଥିବା ଦାମ୍ ଆଜିଠାରୁ ଲାଗୁ ହେବ। ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦାମ୍ ୯୯୯.୫୦ ଟଙ୍କା ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଘରୋଇ ରୋଷେଇ ଗ୍ୟାସ୍ ଦାମ୍ ପ୍ରଥମେ ୨୨ ମାର୍ଚ୍ଚରେ ୫୦ ଟଙ୍କା ବୃଦ୍ଧି ପାଇଥିଲା। ଦିଲ୍ଲୀରେ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ପହଞ୍ଚିଯାଇଥିଲା। ପେଟ୍ରୋଲିୟମ ଉଦ୍ୟୋଗ ମୁତାବକ, ଏପ୍ରିଲରେ ଏଲପିଜି ଦାମ ମାସିକ ଆଧାରରେ ୯.୧ ପ୍ରତିଶତ ହ୍ରାସ ହୋଇ ୨୨ ଲକ୍ଷ ଟନ୍ ରହିଥିଲା। ସେହିପରି ୨୦୨୧ ତୁଳନାରେ ୫.୧ ପ୍ରତିଶତ ଅଧିକ ରହିଥିଲା। ମାର୍ଚ୍ଚ ପୂର୍ବରୁ ଘରୋଇ ଏଲପିଜି ଦାମ୍ ଗତ ବର୍ଷ ୬ ତାରିଖରେ ବୃଦ୍ଧି ପାଇଥିଲା। ୨୦୨୧ ସେପ୍ଟେମ୍ବରରେ ମଧ୍ୟ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ବଢିଥିଲା।
Powered by Froala Editor