ନିକ୍ଙ୍କ ପୂର୍ବରୁ ପ୍ରିୟଙ୍କାଙ୍କ ପ୍ରେମରେ ଦିୱାନା ଥିଲେ ଜେରାର୍ଡ, ବିବାହ ପାଇଁ ଦେଇଥିଲେ ପ୍ରସ୍ତାବ
ମୁମ୍ବାଇ: ବଲିଉଡ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମରେ ସମସ୍ତେ ଦିୱାନା । ନିକ୍ ଜୋନ୍ସଙ୍କୁ ବିବାହ ପରେ ବି ଅନେକ ଏବେ ତାଙ୍କୁ ମନେ ମନେ ଭଲ ପାଉଛନ୍ତି । ସେତେବେଳେ ତାଙ୍କର ଯେତିକି କ୍ରେଜ୍ ଥିଲା ଏବେ ବି ସେତିକି ରହିଛି । ବଲିଉଡ୍ରୁ ଆରମ୍ଭ କରି ଟଲିଉଡ୍ ଓ ହଲିଉଡ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ କରୁଛନ୍ତି ଘାଇଲା । ଇତିମଧ୍ୟରେ ଚମକାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏକଦା ପ୍ରିୟଙ୍କାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ହଲିଉଡ୍ ସୁପରଷ୍ଟାର ଜେରାର୍ଡ ବଟଲ ।
କେବଳ ସେତିକି ନୁହେଁ, ସେ ବିବାହ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏପରିକି ଜୀବନ ସାଥୀ କରିବାକୁ ମନସ୍ଥ କରି ସାରିଥିଲେ । ହେଲେ ଶେଷ ମୁହୂର୍ତ୍ତରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ପ୍ରିୟଙ୍କା ଜେରାର୍ଡଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ ।
ଜେରାର୍ଡ ବଟଲର ୨୦୦୯ ମସିହାରେ ଭାରତ ଆସିଥିବା ବେଳେ ପ୍ରିୟଙ୍କା ତାଙ୍କ ପାଇଁ ତାଙ୍କ ଘରେ ପାର୍ଟି ରଖିଥିଲେ । ଜେରାର୍ଡ ପ୍ରିୟଙ୍କାଙ୍କ ଚାର୍ମରେ ବେଶ୍ ପ୍ରଭାବିତ ହୋଇଥିଲେ । ସେ ପ୍ରିୟଙ୍କାଙ୍କୁ ବିବାହ କରିବା ପାଇଁ ପ୍ରପୋଜ୍ କରିଥିଲେ । ୨୦୧୨ରେ ସେ ପ୍ରିୟଙ୍କାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ ।
ବର୍ତ୍ତମାନ ଜେରାର୍ଡ ଏବଂ ପ୍ରିୟଙ୍କା ଉଭୟ ଉଭୟଙ୍କ ଜୀବନରେ ଆଗକୁ ବଢି ସାରିଛନ୍ତି । ବଟଲର ମାର୍ଗନ ବ୍ରାଉନଙ୍କୁ ଡେଟ୍ କରୁଥିବା ବେଳେ ପ୍ରିୟଙ୍କା ନିକ୍ ଜୋନ୍ସଙ୍କୁ ବିବାହ କରିସାରିଛନ୍ତି ।
Powered by Froala Editor