ଡିଭାଇଡରରେ ପିଟିହେଲା ବାଇକ୍, ୨ ମୃତ
ବାଲେଶ୍ଵର, : ଡିଭାଇଡରରେ ପିଟିହେଲା ବାଇକ୍। ୨ ମୃତ ଜଣେ ଗୁରୁତର। ବାଲେଶ୍ଵର ଜିଲ୍ଲା ଭୀମପୁରା ନିକଟ ରାସ୍ତାକଡ଼ରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ବାଲିଆ ଅଞ୍ଚଳର ତିନି ଜଣ ଯୁବକ ଏକ ବାଇକ ଯୋଗେ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାକଡ଼ରେ ଡିଭାଇଡରରେ ପିଟିହୋଇ ଯାଇଥିଲେ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ଵୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ଚାଲିଛି। ମୃତକମାନେ ହେଲେ ବାଲିଆ ଅଞ୍ଚଳର ପରେଶ ଓ ଭାଲୁ। ସେହିପରି ଆହତ ଜଣଙ୍କ ହେଉଛନ୍ତି ପାକୁଆ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor