ଆଉ ରାତିରୁ ଛିଡ଼ା ହେବାକୁ ପଡ଼ିବନି ଘଣ୍ଟା ଘଣ୍ଟା, ଏସ୍ସିବି ଓପିଡିରେଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥା
କଟକ : କଟକ ବଡ଼ ଡାକ୍ତରଖାନା ଓପିଡିରେ ଲାଗୁ ହେବ ଅନ୍ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା। ଏହା ଦ୍ୱାରା ରୋଗୀମାନେ ଅନ୍ଲାଇନ୍ରେ ଟିକେଟ୍ କରି ତା’ର ପ୍ରିଣ୍ଟ ନେଇ ଓପିଡିକୁ ଆସିପାରିବେ। ଫଳରେ ସେମାନଙ୍କୁ ଆଉ ରାତିରୁ ଆସି ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିବନି।
ମେ’ ୯ ତାରିଖରୁ ଏସ୍ସିବି ଓପିଡି ପାଇଁ ଅନ୍ଲାଇନ୍ ବୁକିଂ ଆରମ୍ଭ ହେବ। ମେ’ ୧୦ ତାରିଖରୁ ଅନ୍ଲାଇନ୍ ଟିକେଟ୍ରେ ଆରମ୍ଭ ହେବ ରୋଗୀ ଦେଖା। ଅନ୍ଲାଇନ୍ ବୁକିଂ କରିବା ପାଇଁ ରୋଗୀ ବା ସେମାନଙ୍କ ସଂପର୍କୀୟ ମାନଙ୍କୁ www.eswasthya.odisha.gov.in କୁ ଯିବାକୁ ପଡ଼ିବ।
Powered by Froala Editor