ରିଲିଜ୍ ହେଲା ‘ଓମ୍’ର ଟିଜର
ମୁମ୍ବାଇ: ବଲିଉଡ଼ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଓମ୍’ର ଟିଜର ଗୁରୁବାର ରିଲିଜ୍ ହୋଇଛି। ଆଦିତ୍ୟ ସାମାଜିକ ଗଣମାଧ୍ୟମରେ ଟିଜର ଭିଡିଓ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। କ୍ୟାପ୍ସନରେ ଲେଖାହୋଇଛି, ‘‘ଗୋଟିଏ ଲଢେଇ ଜିତିବାକୁ ହେଲେ ତାକୁ ଅନେକ ଥର ଲଢିବାକୁ ପଡ଼େ’’। କପିଲ ବର୍ମାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁଲାଇ ୧ ତାରିଖରେ ମୁକ୍ତିଲାଭ କରିବ। ଏଥିରେ ଆଦିତ୍ୟଙ୍କ ବ୍ୟତୀତ ସଞ୍ଜନା ସାଂଘିଙ୍କୁ ମଧ୍ୟ ଦେଖିବାକୁ ମିଳିବ।
Powered by Froala Editor