ଘଟିଛି ଛାତିଥରା ଘଟଣା: ଶିଶୁକନ୍ୟାକୁ ହତ୍ୟା ପରେ ବାପା ମା’ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଘଟିଛି ଛାତିଥରା ଘଟଣା । ୧୫ ମାସର ଶିଶୁକନ୍ୟାକୁ କରାଯାଇଛି ହତ୍ୟା । ଖାଲି ସେତିକି ନୁହେଁ ଶିଶୁକନ୍ୟାକୁ ହତ୍ୟା ପରେ ଆତ୍ମହତ୍ୟା କରିଛନ୍ତି ବାପା ଓ ମା’ । ସମ୍ପତ୍ତି ଓ ପାରିବାରିକ କଳହର ଏଭଳି କରୁଣ ପରିଣତି ଘଟିଥିବା କୁହାଯାଉଛି । ଲକ୍ଷ୍ମୀସାଗର ଚିନ୍ତାମଣିସ୍ୱର ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଥାଉକି, ମୃତ ସ୍ୱାମୀ ହେଲେ ତୁସାର ରାଜେନ୍ଦ୍ର ଜଗଦେବ ତାଙ୍କ ପତ୍ନୀ ଲୀଲା ଉଭୟଙ୍କ ମଧ୍ୟରେ ସର୍ବଦା ସଂପତ୍ତି ପାଇଁ ପରସ୍ପର ମଧ୍ୟରେ ଝଗଡ଼ା କରୁଥିଲେ ଏବଂ ଆଜି ୧୫ ମାସର ଝିଅ ଶିବନ୍ୟା ସହିତ ସ୍କାଏଲାଇଟରେ ଝୁଲି ପଡ଼ିଥିଲେ ବାପା, ମା’ । ଖବର ପାଇ ଘଟଣା ସ୍ଥଳରେ ପହଁଚିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ ।
ସୂଚନା ମୁତାବକ, ଗୋଟିଏ ଘରୁ ପୋଲିସକୁ ମିଳିଛି ୩ ମୃତଦେହ । ସମସ୍ତେ ମହାରାଷ୍ଟ୍ର ବାସିନ୍ଦା । ବାପାଙ୍କ ସମ୍ପତ୍ତି ନେଇ ଦୀର୍ଘ ଦିନ ହେଲା ଲାଗି ରହିଥିଲା କଳହ । ମୃତ ବ୍ୟକ୍ତିଙ୍କ ବାପା ଦ୍ୱିତୀୟ ପତ୍ନୀଙ୍କ ନାଁରେ ସମ୍ପତ୍ତି କରିଦେବାରୁ ଛୁଆକୁ ହତ୍ୟା କରି ବାପା ଓ ମା’ ଆତ୍ମହତ୍ୟା କରିଥିବା କଥା ଶୁଣିବାକୁ ମିଳିଛି ।
Powered by Froala Editor