ଦୁଇ ଅବକାରୀ କର୍ମଚାରୀ ଅଟକ, ଜାଣନ୍ତୁ କାହିଁକି

କୋରାପୁଟ: ଦୁଇ ଜଣ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ନନ୍ଦପୁର ଥାନା ଡାଙ୍ଗବୀର ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ରାତିରୁ ଗ୍ରାମବାସୀମାନେ ଦୁଇ ଅବକାରୀ କର୍ମଚାରୀଙ୍କ ସହ ଡ୍ରାଇଭର ଓ ଗାଡକୁ ଅଟକ ରଖିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଅବକାରୀ କର୍ମଚାରୀମାନେ ବିଳମ୍ବିତ ରାତିରେ ଗାଁରେ ପଶି ହଇରାଣ କରୁଥିଲେ ଓ ସେମାନେ ଘରୋଇ ଗାଡିରେ ଗାଁ’କୁ ଯାଇଥିବାରୁ ଗ୍ରାମବାସୀଙ୍କ ସନେ୍ଦହ ହୋଇଥିଲା । ସେଥିପାଇଁ ସେମାନେ ଦୁଇ ଜଣ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ବୋଲି କହିଛନ୍ତି ।
Powered by Froala Editor