ଚା ସହ ଖାଆନ୍ତୁ ନାହିଁ ଏହି ଖାଦ୍ୟ
ସକାଳୁ ଉଠିବା ମାତ୍ରେ ହିଁ ପ୍ରଥମେ ଚା ପିଇବାର ଅଭ୍ୟାସ ଖାଲି ଭାରତରେ ନୁହେଁ, ଭାରତ ଛଡ଼ା ଅନେକଗୁଡ଼ିଏ ଦେଶରେ ରହିଅଛି । ଅନେକ ଲୋକ ବୁଝନ୍ତିକି, ଚା’ର ଆବିଷ୍କାର ଭାରତରେ ହୋଇଛି କିନ୍ତୁ ଏମିତି ନୁହେଁ । ଏହାର ଆବିଷ୍କାର ପ୍ରଥମେ ଚୀନରେ ହୋଇଥିଲା । ବହୁତ ଲୋକ ଜଳଖିଆ ସହ ଚା’ ପିଇବାକୁ ପସନ୍ଦ
କରିଥାନ୍ତି । କିନ୍ତୁ ଚା’ ସହିତ କଣ ଖାଇବା କଥା କଣ ନାହିଁ,ଏହା ବହୁତ କମ୍ ଲୋକ ଜାଣିଥାନ୍ତି । ଚା’ ପିଇବା ସହ କିମ୍ବା ଚା’ ପିଇବା ପରେ ପାଣି କିମ୍ବା କୌଣସି ଥଣ୍ଡା
ଜିନିଷ ଖାଇବା ଏବଂ ପିଇବା ଦ୍ୱାରା ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ । ଚା’ ସହିତ ବେସନରେ ତିଆରି ଖାଦ୍ୟ କିମ୍ବା ପକୁଡ଼ି ଖାଇଲେ, ଏହା ଶରୀରରେ ଥିବା ପୋଷକତତ୍ତ୍ୱକୁ କମେଇ ଦିଏ । ଯଦି ଆପଣଙ୍କୁ ଲେମନ ଟି କିମ୍ବା ଲେମ୍ବୁ ପାଣି ପସନ୍ଦ, ତେବେ ଆପଣ ଏଥିରେ ଲେମ୍ବୁର ମାତ୍ରାକୁ କମ୍ କରି ପିଅନ୍ତୁ । ଅଧିକ ଲେମ୍ବୁ ମିଶେଇ ପିଇଲେ ଗ୍ୟାସ୍ ହେବାର ସମ୍ଭାବନା ରହିଥାଏ । ଚା ପିଇବା ପରେ ସଙ୍ଗେ ସଙ୍ଗେ ହଳଦୀ ମିଶା ଜିନିଷ ଖାଆନ୍ତୁ ନାହିଁ । ଏହି ଦୁଇଟି ଜିନିଷର କୁପ୍ରତିକ୍ରିୟା ଘଟିଥାଏ । ଚା ପିଇବା ସହ ସାଲାଡ଼, ଗଜାମୁଗ ଏବଂ ସିଝା ଅଣ୍ଡା ଖାଆନ୍ତୁ ନାହିଁ । ଚା ସହିତ ଡ୍ରାଏ ଫ୍ରୁଟସ୍ ଖାଇବା ଦ୍ୱାରା ଏଥିରେ ଥିବା ଆଇରନର କେମିକାଲ୍ ପ୍ରତିକ୍ରିୟା ଶରୀରରେ ଖରାପ ପ୍ରଭାବ ପକାଇଥାଏ । କୋବି, ଫୁଲକୋବି, ମୂଳା ଭଳି ପରିବା ଚା’ ସହିତ ଖାଆନ୍ତୁ ନାହିଁ । ଚା’ରେ ଟୋନିନ୍ ରହିଥାଏ । ଏହା ସହିତ ପ୍ରୋଟିନ୍, ଆଇରନ୍, କିମ୍ବା ରିଚ୍ ଫୁଡ଼୍ ଖାଇଲେ,ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
Powered by Froala Editor