ବଡ଼ ଖବର: ୬ରୁ ୧୨ ପିଲାଙ୍କୁ କୋଭାକ୍ସିନ ଟିକା

ଭୁବନେଶ୍ୱର: ଆଗକୁ କରୋନାର ଚତୁର୍ଥ ଲହର ଆସିବାକୁ ଅଛି । ଏନେଇ ସବୁଠି ଭୟର ବାତାବରଣ । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ୬ରୁ ୧୨ ବର୍ଷର ପିଲାମାନଙ୍କ ଟିକାକରଣ ସମ୍ପର୍କରେ ଏହି ବଡ଼ ଖବର ସାମନାକୁ ଆସିଛି ।
୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ମିଳିଛି । କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି ।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନ ଏଣିକି ଉପରୋକ୍ତ ବର୍ଗର ପିଲାଙ୍କୁ ଦିଆଯିବା ପାଇଁ ଅନୁମତି ମିଳିଛି ।
ଏହା ପୂର୍ବରୁ ୫ରୁ୧୨ ବର୍ଷ ପିଲାଙ୍କୁ କୋଭିଡ ଟୀକା ଦେବା ପାଇଁ ସୁପାରିଶ କରାଯାଇଥିଲା ।। ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ଏସଇସି ପକ୍ଷରୁ ସୁପାରିଶ କରାଯାଇଥିଲା ।। ୫ରୁ୧୨ବର୍ଷ ପିଲାଙ୍କ ନିମନ୍ତେ ଜରୁରୀ ବ୍ୟବହାର ପାଇଁ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)ସୁପାରିଶ କରିଥିଲା ।। ଡିସିଜିଆଇ ବୈଠକରେ ଟିକା ଦେବା ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ଆଲୋଚନା ପରେ ସେମାନଙ୍କୁ ଟୀକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।। ୫ରୁ୧୨ ବର୍ଷ ପିଲାଙ୍କ ପାଇଁ ସ୍କୁଲ ଖୋଲି ସାରିଥିବାରୁ ସେମାନଙ୍କୁ ଟିକା ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଛି।
Powered by Froala Editor