ଓଡିଶା ଆସିବ ଡାକୋଟା ବିମାନ
ଭୁବନେଶ୍ବର: ଖୁବଶୀଘ୍ର ଓଡିଶା ଆସିବ ଡାକୋଟା ବିମାନ । ପ୍ରବାଦ ପୁରୁଷ ଜନନାୟକ ବିଜୁ ପଟ୍ଟନାୟକ ଉଡାଇଥିବା ଡାକୋଟା ବିମାନକୁ ଓଡିଶା ଆଣିବାକୁ କାଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପରାକ୍ରମର ପ୍ରତୀକ ଥିବା ଡାକୋଟା ବିମାନ । ଏହା ବର୍ତ୍ତମାନ ଅଚଳ ଅବସ୍ଥାରେ କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରେ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଓଡିଶା ଫେରିବ ବୋଲି ଆଶା କରାଯାଉଛି ।
୧୯୪୭ ଜୁଲାଇ ୨୧ରେ ବିଜୁ ପଟ୍ଟନାୟକ ଡାକୋଟା ବିମାନରେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ । ଏହି ବିମାନ ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ବବହନ କରେ । ଏହାକୁ ଓଡିଶା ଆଣିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା ମାତ୍ର ମହାମାରୀ ପାଇଁ ବିଳମ୍ବ ହୋଇଛି । ବର୍ତ୍ତମାନ ଏ ନେଇ ଟେଣ୍ଡର ଚାଲିଛି । ବିମାନଟିକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିବା ପାଇଁ କୋଲକାତା ସ୍ଥିତ ଏକ କମ୍ପାନୀକୁ ଚୁକ୍ତି ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କମ୍ପାନୀଠୁ ଅଚଳ ବିମାନକୁ ଭୁବନେଶ୍ବରକୁ ଆଣି ଏକ ପ୍ରମୁଖ ସ୍ଥାନରେ ରଖିଯିବ ।ଏ ନେଇ ବେସାମରିକ ବିମାନ ଚଳାଚଳ ମହାନିଦ୍ଦେଶକ (ଡିଜିସିଏ) ଏବଂ ଭାରତର ବିମାନବନ୍ଦରର କର୍ତ୍ତୃପକ୍ଷ (ଏଏଆଇ)ଙ୍କଠାରୁ ଆବଶ୍ୟକ ମଞ୍ଜୁରୀ ମିଳିସାରିଛି ।
Powered by Froala Editor