ଚକୋଲେଟ ଖାଇଲେ ସୁସ୍ଥ ରହେ ହୃଦୟ

ଚକୋଲେଟର ନାମ ଶୁଣିବା ମାତ୍ରେ ହିଁ ବଡ଼, ଛୋଟ ସମସ୍ତଙ୍କ ମୁହଁରେ ପାଣି ଆସିଯାଇଥାଏ । ପିଲାବେଳେ ଚକୋଲେଟ ଖାଇବାକୁ ବି ବାରଣ କରାଯାଇଥାଏ । ତେବେ ବହୁତ ଗୁଡ଼ିଏ ରୋଗର ଫାଇଦା ହେଉଛି ଡ଼ାର୍କ ଚକୋଲେଟ୍ । ଚକୋଲେଟଯେ, କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ତାହା ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏକ ସର୍ଭେ ଅନୁସାରେ ଡ଼ାର୍କ ଚକୋଲେଟ୍ ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟୋରେଲକୁ ହଟାଇ ଗୁଡ଼୍ କୋଲେଷ୍ଟୋରେଲ ବଢାଇବାରେ ସାହାଯ୍ୟ କରେ ।
ସମ୍ପ୍ରତି ହୋଇଥିବା ଏକ ସର୍ଭେ ଅନୁଯାୟୀ ଡ଼ାର୍କ ଚକୋଲେଟ୍ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ । ଏହା ସହ ହୃଦଘାତ ଜନିତ ସମସ୍ୟାକୁ ମଧ୍ୟ କମ୍ କରିଥାଏ । ଡ଼ାର୍କ ଚକୋଲେଟ୍ରେ ମ୍ୟାଗ୍ନେସିୟମ୍ ଥିବା ଯୋଗୁଁ ଏହା ରକ୍ତଚାପକୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଡ଼ାର୍କ ଚକୋଲେଟ୍ ଖାଇବା ଦ୍ୱାରା ଆମକୁ ଜଲଦି ଭୋକ ଲାଗିନଥାଏ । ଏହାସହ ଏଥିରୁ ଆମେ ମୋନୋସୋଚୁରେଟେଡ଼୍ ଫ୍ୟାଟିଏସିଡ଼୍ ପାଇଥାଉ । ଯାହାକି, ଆମ ଶରୀରର ମୋଟାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଅନ୍ୟ ଏକ ସର୍ଭେରୁ ଜଣାଯାଇଛିଯେ, ଡ଼ାର୍କ ଚକୋଲେଟ୍ ଖାଇବା ଦ୍ୱାରା ମସ୍ତିଷ୍କର ରକ୍ତ ପ୍ରବାହ କିଛି ଘଣ୍ଟା ପର୍ଯ୍ୟନ୍ତ ଅଧିକ ହୋଇଥାଏ । ଏଥିରେ ଥବା ଫ୍ଲେବନାଁଲ ମୁହଁରେ ଚମକ୍ ଆଣିବା ସହ, ମୁଖ ସତେଜ୍ ଦେଖାଯାଇଥାଏ । କିନ୍ତୁ ଏହାକୁ ଗୋଟେ ଦିନରେ ୩୦ରୁ ୬୦ ଗ୍ରାମ୍ ପର୍ଯ୍ୟନ୍ତ ଖାଇପାରିବେ । ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟୋରେଲ ବଢିବା ସହ ଶରୀରର ଓଜନ ମଧ୍ୟ ବଢାଇଥାଏ । ତେଣୁ ଅଳ୍ପ ପରିମାଣର ଚକୋଲେଟ ମଝିରେ ମଝିରେ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ ।
Powered by Froala Editor