ଆଜି ୧୧.୩୦ରେ ୪୦ ଡିଗ୍ରୀ ଛୁଇଁଛି ଭୁବନେଶ୍ୱର ତାପମାତ୍ରା

ଭୁବନେଶ୍ୱର: ଆଜି ତାତିରେ ରେକର୍ଡ ଭାଙ୍ଗିବ ରାଜଧାନୀ ଭୁବନେଶ୍ୱର । ଆଜି ଦିନ ୧୧.୩୦ରେ ୪୦ ଡିଗ୍ରୀ ଛୁଇଁଛି ଭୁବନେଶ୍ୱରର ତାପମାତ୍ରା । ସାଢେ ୧୧ଟାରେ ୪୦ ଡିଗ୍ରୀ ସହ ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ୩୭.୮, ଗୋପାଳପୁର ୩୦.୬, ସମ୍ବଲପୁର ୩୭, ପାରାଦୀପ ୩୧.୮, ପୁରୀ ୩୨.୪ ଓ ଚାନ୍ଦବାଲିରେ ତାପମାତ୍ରା ୩୭.୮ଡିଗ୍ରୀ ରହିଥିବା ଜଣାଯାଇଛି ।
ଗୁରୁବାର ଭୁବନେଶ୍ୱର ତାପମାତ୍ରା ୩୬.୮ ଡ଼ିଗ୍ରୀ ଥିଲା । ଶୁକ୍ରବାର ସିଧା ବଢ଼ିଥିଲା ୪ ଡ଼ିଗ୍ରୀ । ରାଜଧାନୀ ତାପମାତ୍ରା ୪୦.୮ ଡ଼ିଗ୍ରୀ ରେକଡର଼୍ କରାଯାଇଥିଲା ।। କେବଳ ଗରମ ନୁହେଁ, ଅସହ୍ୟ ଗୁଳୁଗୁଳିରେ ଜନଜୀବନ ସିଝିଯାଇଛି । ସେପଟେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଆଗକୁ ରାଜ୍ୟରେ ଅସମ୍ଭାଳ ଗରମ ହେବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ୩ରୁ ୫ଡ଼ିଗ୍ରୀ ବଢ଼ିଯିବ । ରାଜଧାନୀରେ ପ୍ରବଳ ଗୁଳୁଗୁଳି ହୋଇପାରେ ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ରାଜ୍ୟରେ ଶନିବାରଠାରୁ ଗରମବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଓ ଉତ୍ତର ଉପକୂଳରେ ତାପମାତ୍ରା ଶନିବାରଠାରୁ ବଢ଼ିବ । ଶନିବାରରୁ ସେମାବାର ଯାଏ ତାପମାତ୍ରା ୪୦ଡ଼ିଗ୍ରୀରୁ ଅଧିକ ରହିବ । ଶନିବାରଠାରୁ ରାଜ୍ୟରେ ବହୁଥିବା ପଶ୍ଚିମା ଗରମ ପବମ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା ଧୀରେଧୀରେ ବଢ଼ିବ । ୨୬ରୁ ମାସ ଶେଷ ଯାଏ ପ୍ରବଳ ଗରମ ହେବ । ୨୭ରୁ ୨୯ ତାରିଖ ଭିତରେ ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ତାଳଚେରର କିଛି ସ୍ଥାନରେ ୪୬ଡ଼ିଗ୍ରୀ ଟପିପାରେ । ଉତ୍ତର ଆଭ୍ୟନ୍ତରରେ ମାସ ଶେଷ ଯାଏ ଏହା ବଢ଼ିବ ବୋଲି ସେ କହିଛନ୍ତି ।
Powered by Froala Editor