ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁ ରେଞ୍ଜର ନୂଆବରିପାଳ ଗ୍ରାମର ଜଙ୍ଗଲରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାରଙ୍ଗପୁର ଗ୍ରାମର ଦୁଃଶାସନ ଜେନା ।
ଦୁଃଶାସନ ସକାଳ ସମୟରେ ଜଙ୍ଗଲକୁ ଜାଲେଣି ଶୁଖିଲା କାଠ ସଂଗ୍ରହ ପାଇଁ ଯାଇ ଥିବା ବେଳେ ଦନ୍ତାହାତୀ ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।
Powered by Froala Editor