ଆଜି ରାଜ୍ୟରେ ଜଣେ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଯେଉଁଠି ଦିଲ୍ଲୀରେ କରୋନା ମାଡ଼ି ଚାଲିଛି, ସେଭଳି ସ୍ଥିତିରେ ଓଡ଼ିଶାରେ ଶୂନ୍ୟ ମହାଁ କରୋନା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟରେ ତଳମୁହାଁ କୋରୋନାର ଦୈନିକ ସଂକ୍ରମଣ । ୨ ଅଙ୍କ ପରିବର୍ତ୍ତେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ପହଞ୍ଚିଛି । ଆଜି ରାଜ୍ୟରେ ଜଣେ ମାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୮୦ରେ ପହଞ୍ଚିଛି ।
ସମ୍ବଲପୁରରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛି । କ୍ବାରେଣ୍ଟାଇନରୁ ଏହି ଜଣେ ମାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କିଶୋରଙ୍କ ସଂଖ୍ୟା ଓ ସ୍ଥାନୀୟ ସଂକ୍ରମିତ ଜିରୋ ରହିଛି । ଆଜିର ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ବର୍ତ୍ତମାନ ରାଜ୍ୟରେ ୮୫ ସକ୍ରିୟ ମାମଲା ରହିଛି । ନୂଆ ୧୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୭୮ ହଜାର ୭୧୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୧୧୬୧୪୨୯ କୋରୋନା ପରୀକ୍ଷା କରାଯାଇଛି ।
Powered by Froala Editor