ବନ୍ଧୁକ ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନା
ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍। ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ। ଭୁବନେଶ୍ଵର ଶତାବ୍ଦୀ ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଗୁରୁବାର ବିଳମ୍ଵିତ ରାତିରେ ଡେଲ୍ଟା ଛକରେ ଥିବା ଲକ୍ଷ୍ମୀ ନାରାୟଣ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ହୋଇଛି। ଦୋକାନ ମାଲିକ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ବେଳେ ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ। ଗୋଟିଏ ପଲସରରେ ୩ ଜଣ ଲୁଟେରା ଆସି ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ସୁନା ଦୋକାନୀ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ । ତେବେ ପୂର୍ବରୁ ତାଙ୍କ ଦୋକାନରୁ ସଟର କାଟି ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିଲା ।
Powered by Froala Editor