ଆପଣଙ୍କ ଭାଗ୍ୟ କଥା ସ୍ୱପ୍ନ କହିବ

ସ୍ୱପ୍ନ ସମସ୍ତେ ଦେଖନ୍ତି । କିଏ ଭବିଷ୍ୟତରେ କିଛି ହେବାର ସ୍ୱପ୍ନ ଦେଖେତ, ଆଉ କିଏ ଶୋଇବା ବେଳେ ସ୍ୱପ୍ନ ଦେଖିଥାନ୍ତି । କିଏ ଖୁସିର ସ୍ୱପ୍ନ ଦେଖେତ କିଏ ଦୁଃସ୍ୱପ୍ନ ଦେଖିଥାଏ । ସ୍ୱପ୍ନକୁ ନେଇ ମଧ୍ୟ ବୈଜ୍ଞାନିକମାନେ ଭିନ୍ନଭିନ୍ନ ବ୍ୟାଖ୍ୟା କରିଥା’ନ୍ତି । ପାହାନ୍ତିଆ ସ୍ୱପ୍ନ ସବୁବେଳେ ସତ ହୁଏ ବୋଲି କୁହାଯାଏ । କେହିକେହି ସ୍ୱପ୍ନକୁ ହାଲକାରେ ନେଇଯାଉଥିବାବେଳେ ଆଉ କେହି ଗୁରୁତର ସହ ନେଉଥିବା ଦେଖିବାକୁ ମିଳେ । ଆମର ଭବିଷ୍ୟତ ସମ୍ପର୍କରେ ମଧ୍ୟ ସ୍ୱପ୍ନ ସୂଚନା ଦେଇଥାଏ ବୋଲି ଶାସ୍ତ୍ରରେ ଉଲ୍ଳେଖ ରହିଛି । ତେବେ ଆସନ୍ତୁ ଜାଣିବା, କେଉଁ ସ୍ୱପ୍ନ ଦେଖିଲେ କଣ ହୁଏ ?
୧. ଜିନିଷପତ୍ରରେ ନିଆଁ ଲାଗିବା - ବିପଦ ଅଟେ
୨. ନିଜ ପୋଷାକରେ ନିଆଁ ଲାଗିବା - ବେପାରରେ କ୍ଷତି ସହିବା
୩. ଘରେ ନିଆଁ ଲାଗିବା - କଷ୍ଟ ଭୋଗିବା
୪. ନିଆଁ ହୁଳା ଉପରକୁ ଟେକି ଧରିବା - ଲାଭ ମିଳେ
୫. ନିଆଁ ଲଗାଇ ନିଜେ ବିପଦରେ ପଡିବା - ଆଖି ରୋଗ
୬. ଦୂର ସ୍ଥାନରେ ନିଆଁର ଦୃଶ୍ୟ - ଧନବତୀ ନାରୀ ସହିତ ପ୍ରେମ
୭. କାଉ ରାବୁଥିବା - ବିଦେଶରୁ ଆତ୍ମୀୟ ଫେରିବାର ସୂଚନା
୮. କାଉ କଳି ଲାଗୁଥିଲେ - ଶତ୍ରୁ ପକ୍ଷରୁ ବିପଦ ସୂଚନା
୯. କୁଆ ଖାଉଥିବା - ବିଦେଶରୁ ଆତ୍ମୀୟ ଫେରିବାର ସୂଚନା
୧୦. କୁକୁର - ବିପଦର ସମ୍ଭାବନା
୧୧. କୁକୁର ଭୁକିବା - ଅନ୍ୟଠାରୁ ଗାଳି ଶୁଣିବା
୧୨. କୁକୁରକୁ ମାରିଦେବା - ଶତ୍ରୁ ପରାସ୍ତ ହେବେ
୧୩. କୁକୁର ମାଂସ ଭୋଜନ କରିବା - ସ୍ତ୍ରୀଠାରୁ ସାହାଯ୍ୟ ପାଇବେ
୧୪. ବିଲେଇ - ବିପଦର ସମ୍ଭାବନା
୧୫. ଝିଟିପିଟି ଦୌଡିବା - ବିପଦ ପାଇଁ ସତର୍କ ରହିବା
Powered by Froala Editor