ପୁଣିଥରେ ଫେରିଲାଣି କରୋନା, ଏହି ସ୍ଥାନ ପାଲଟିଛି କରୋନାର ହଟସ୍ପଟ୍

ବେଜିଂ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାସହିତ କରୋନା ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଏହାରି ଭିତରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜୋରଦାର୍ ଚାଲିଛି ।
ତେବେ ଚାଇନାକୁ ପୁଣିଥରେ ଫେରିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ ୨,୪୧୭ ଜଣ ସଂକ୍ରମିତ ରହିଥିବା ଜଣାପଡିଛି । ଏନେଇ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ସୂଚନା ଦେଇଛି । ସାଂଘାଇ ବ୍ୟତୀତ ଅନ୍ୟ ୧୫ ପ୍ରାନ୍ତିୟ ଅଂଚଳରେ କରୋନା ବ୍ୟାପୁଥିବା କୁହାଯାଉଛି । ଏଥିମଧ୍ୟରୁ ଜିଲିନର ଉତ୍ତରପୂର୍ବ ଅଂଚଳରେ ୧୧୬ ସଂକ୍ରମିତ ରହିଛନ୍ତି । ସମାଚାର ଏଜେନି ସିହ୍ନୁଆର ରିପୋର୍ଟ ଅନୁଯାୟୀ ସାଂଘାଇରେ ରବିବାର ସୁଦ୍ଧା ବିନା ଲକ୍ଷଣ ଥିବା ୧୯,୮୩୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହପରି ରବିବାର ୧,୬୩୭ କରୋନା ସଂକ୍ରମିତ ସୁସ୍ଥ ହୋଇଯିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡସଚାର୍ଜ କରାଯାଇଛି । ସାଂଘାଇରେ ଏଭଳି ସ୍ଥିତି ଯୋଗୁଁ କରୋନା ପୁଣି ଫେରୁଛି ବୋଲି ଆଶଙ୍କା କରାଯାଉଛି ।
Powered by Froala Editor