କଟକରେ ନକଲି ଡିଟରଜେଣ୍ଟ

କଟକ: ରୂପାର ସହର କଟକରେ କଳଙ୍କି । ରୂପାର ସହର କଟକରେ ଚାଲିଛି ବେଧଡକ ନକଲି ଜିନିଷର କାରବାର । ବେପାର ଲାଭ ଆଶାରେ ଅନେକ ନକଲି ଜିନିଷ ସୃଷ୍ଟି କରି ନିରିହ ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କିଛି ବେପାରୀ । ବିଗତ କିଛି ଦିନ ପୂର୍ବରୁ କଟକ ସହରରୁ ନକଲି ଜାମ, ଘିଅ, ସର୍ଫ, ଟମେଟୋ ସସ୍, ନକଲି ଚା’, ନକଲି ସିମେଣ୍ଟ ଭଳି ଅନେକ ନକଲି ଜିନିଷ ଜବତ ହୋଇଥିବାବେଳେ ଆଜି ନକଲି ଡିଟରଜେଣ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ ହୋଇଛି ।
ମାଲଗୋଦାମ ପୋଲିସ୍ ଦ୍ୱାରା କଟକରେ ଏକ ନକଲି ଡିଟରଜେଣ୍ଟଣ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ ହୋଇଛି । ଟାଙ୍ଗି ଓ ମହଙ୍ଗା ଅଂଚଳରେ ଥିବା ଦୁଇଟି ନକଲି କାରଖାନାରେ ପୋଲିସ୍ ଚଢାଉ କରିଛି । ବିପୁଳ ପରିମାଣର ଡିଟଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ସାମଗ୍ରୀ ଜବତ ହୋଇଛି । ମାଲଗୋଦାମ ଥାନା ପୋଲିସ୍ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ଘଟଣାର ଛାନଭିନ୍ ଜାରି ରଖିଛି ।
Powered by Froala Editor