ନୂତନ ସ୍ଥଳସେନା ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ବର: ନୂତନ ସ୍ଥଳସେନା ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ କରି ଜେନେରାଲ ମନୋଜ ପାଣ୍ଡେଙ୍କୁ ନୂତନ ଦାୟିତ୍ବ ପାଇଁ ଅଭିନନ୍ଦନ ଜଣାଇବା ସହ ସଫଳ କର୍ୟ୍ୟକାଳ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
୨୯ତମ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଜେନେରାଲ ମନୋଜ ପାଣ୍ଡେ । ସେ ବର୍ତ୍ତମାନ ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ବରେ ଥିବାବେଳେ ଚଳିତ ମାସ ୩୦ ତାରିଖରେ ଜେନେରାଲ ନରଓ୍ବାଣେଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ ।୧୯୮୨ ମସିହାରେ ଜଣେ ସେନା ଇଞ୍ଜିନିୟର ଭାବେ କାର୍ୟ୍ୟ ଆରମ୍ଭ କରିଥିବା ଜେନେରାଲ ପାଣ୍ଡେ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ପ୍ରଥମ ଅଧିକାରୀ ହେବାକୁ ଯାଉଛନ୍ତି ।
Powered by Froala Editor