ଆଖିରେ ଲେନ୍ସ ବ୍ୟବହାର କରୁଛନ୍ତି କି, ହୋଇପାରନ୍ତି ଦୃଷ୍ଟିହୀନର ଶିକାର

ଯଦି ଆପଣ ଚଷମା ବଦଳରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡିବ । ବିଶେଷ କରି ଶୋଇବାବେଳେ ଆପଣ ଭୁଲରେ ମଧ୍ୟ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତୁ ନାହିଁ । ତା’ ନ ହେଲେ ଆପଣ ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି ।
ଖାଲି ସେତିକି ନୁହେଁ, ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆପଣ କଣ୍ଟାକ୍ଟ ଲେନ୍ସ ଲଗାଇ ଶୁଅନ୍ତି, ତେବେ ଆପଣ ସଂପୂର୍ଣ୍ଣ ରୂପେ ଦୃଷ୍ଟିହୀନ ବି ହେବାର ଆଶଙ୍କା ରହିଛି । ଆମେରିକର ୟୁନିଭର୍ସିଟି ଅଫ୍ ମେକ୍ସିକୋର ସରକାରୀ ପ୍ରଫେସର ଜନ୍ ଫେମଲିଙ୍ଗ କହିଛନ୍ତି କି ଶୋଇବା ବେଳେ କଣ୍ଟାକ୍ଟ ଲେନ୍ସ ପିନ୍ଧିଥିଲେ,କେବଳ ଚକ୍ଷୁ ସଂକ୍ରମଣ ନୁହେଁ ,ବରଂ କୌଣସି ପ୍ରକାରର ସ୍ଥାୟୀ ରୋଗର ଶିକାର ବି ହୋଇପାରନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି ସପ୍ତାହରେ ୩/୪ ଦିନ ଲଗାତାର କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇଲେ ପ୍ରତ୍ୟାରୋପଣ ବି କରାଯିବାର ଆବଶ୍ୟକତା ପଡିପାରେ । ଏଣୁ ଶୋଇବା ପୂର୍ବରୁ କଣ୍ଟାକ୍ଟ ଲେନ୍ସ ନ ପିନ୍ଧିବା ଭଲ ।
Powered by Froala Editor