ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର: ସଙ୍ଗୀତ ଜଗତ ପାଇଁ ଏକ ଦୁଃଖଦ ଖବର । ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ସେ ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା । ସେ ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।
ସେ ସଙ୍ଗୀତ ନିଦେ୍ର୍ଧଶନା ଦେବା ସହିତ ପ୍ରାୟ ୭୦ଟି ଓଡିଆ ଫିଲ୍ମରେ ଗାୟକ ଭାବେ କାମ କରିଥିଲେ । ଏହା ସହିତ ୪ଟି ବଙ୍ଗଳା ସିନେମାରେ ମଧ୍ୟ ସେ ସଙ୍ଗୀତ ନିଦେ୍ର୍ଧଶନା ଦେଇ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଥିଲେ ।
ତାଙ୍କ ବିୟୋଗରେ ଓଡିଶା ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏଭଳି କିମ୍ବଦନ୍ତୀ ସଙ୍ଗୀତଜ୍ଞଙ୍କୁ ହରାଇଥିବାରୁ ଓଡିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor