କ୍ଷୀରର ଶୁଦ୍ଧତା ପରୀକ୍ଷା କରିବାର ଉପାୟ ଜାଣନ୍ତୁ
ଖାଦ୍ୟଦ୍ରବ୍ୟ ବିଶୁଦ୍ଧ ହେବା ନିତ୍ୟାନ୍ତ ଆବଶ୍ୟକ । ବିଶୁଦ୍ଧ ଖାଦ୍ୟଦ୍ରବ୍ୟ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ମାତ୍ର ଖାଦ୍ୟରେ ବିଭିନ୍ନ ପ୍ରକାର ପଦାର୍ଥ ମିଶାଯାଉଥିବାରୁ ଏହାର ଶୁଦ୍ଧତା ନଷ୍ଟ ହୋଇଯାଏ । ତେଣୁ ଖାଦ୍ୟଦ୍ରବ୍ୟର ଶୁଦ୍ଧତା ପରିକ୍ଷା କରିବା ପାଇଁ କିଛି ଉପାୟ ରହିଛି । ଜାଣନ୍ତୁ କ୍ଷୀରକୁ କେଉଁ ଉପାୟରେ ପରୀକ୍ଷା କରି ଏହାର ଶୁଦ୍ଧତା ଜାଣିପାରବେ
କ୍ଷୀରରେ ପାଣି ମିଶିଥିଲେ –
କ୍ଷୀରରେ ଯଦି ପାଣି ମିଶିଥାଏ, ତେବେ ଏହାକୁ ପରୀକ୍ଷା କରିବା ପାଇଁ ଏକ ସମତଳ ପୃଷ୍ଠରେ କ୍ଷୀର ବୁନ୍ଦାଏ ନେଇ ପକାନ୍ତୁ । ଏଥିରେ ପାଣି ମିଶିଥିଲେ ଏହା ସଙ୍ଗେ ସଙ୍ଗେ ଗଡି ଆସିବ ଓ ଯେଉଁ ଧାରାରେ ଗଡିଥିବ କୌଣସି ଚିହ୍ନ ରହିବ ନାହିଁ । ସେପରିପରି ଯଦି କ୍ଷୀରରେ ପାଣି ମିଶିନଥାଏ ତେବେ ଏହା ସମତଳ ପୃଷ୍ଠରେ ପକାଇବା ପରେ ସ୍ଥିର ହୋଇ ରହିବ କିମ୍ବା ଯେଉଁ ଧାରାରେ ବହିବ ସେଠାରେ ଧଳାରଙ୍ଗର ଦାଗ ସୃଷ୍ଟି ହେବ ।
କ୍ଷୀରରେ ଡିଟରଜେଣ୍ଟ ମିଶିଥିଲେ –
ସମ ପରିମାଣରେ କ୍ଷୀର ଓ ପାଣି ନିଅନ୍ତୁ । ଏହାକୁ ଏକ ବୋତଲରେ ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଯେଉଁ କ୍ଷୀରରେ ଡିଟରଜେଣ୍ଟ ମିଶିଥିବ ପେଣ୍ଟିବା ପରେ ବୋତଲ ଭିତରେ ସର ଭଳି ମୋଟାର ଏକ ଆସ୍ତରଣ ସୃଷ୍ଟି ହେବ ।
ଯେଉଁ କ୍ଷୀରରେ ଡିଟରଜେଣ୍ଟ ମିଶିନଥିବ ଫେଣ୍ଟିବା ପରେ ଖୁବ ପତଳା ଧରଣର ଆସ୍ତରଣ ସୃଷ୍ଟି ହେବ ।
କ୍ଷୀରରେ ପାଉଡରମିଶିଥିଲେ –
କ୍ଷୀରରେ ପାଉଡର କିମ୍ବା ଅନ୍ୟ କୌଣସି ଦ୍ରବ୍ୟ ମିଶିଥିଲେ ଏହାକୁୁ ପରୀକ୍ଷା କରିବା ପାଇଁ ଅନ୍ୟ ଏକ ସହଜ ଉପାୟ ହେଉଛି କିଛି କ୍ଷୀରରେ ଆୟୋଡିନର କିଛି ବୁନ୍ଦା ମିଶାନ୍ତୁ । ଏହାପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇ ନୀଳ ରଙ୍ଗ ହେବ । ଯାହା କ୍ଷୀରରେ ଅନ୍ୟ ଦ୍ରବ୍ୟ ମିଶିଥିବା ପ୍ରମାଣ ଦେଇଥାଏ ।
Powered by Froala Editor