ଦେଶରେ ଦିନକରେ ୧୧୫୦ ସଂକ୍ରମିତ, ୮୩ ମୃତ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୧୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରେକର୍ଡ ହୋଇଛି । ଦିନକରେ ଦେଶରେ ୮୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୧୯୪ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି ।
ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମୋଟ ୧୧,୩୬୫ ଜଣ ସଂକ୍ରମିତ ରହିଛନ୍ତି । ଏବେଦ ଦେଶରେ ଦୈନିକ ପଜିଟିଭ ହାର ୦.୨୫% ରହିଛି । ଏଯାବତ୍ ଭାରତରେ ମୋଟ ୪,୨୫,୦୧,୧୯୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୧,୬୫୬ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୮୫,୫୫,୦୭,୪୯୬ କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪,୭୯,୫୪୪ କୋଟି ଡୋଜ୍ ଦିଆଯାଇଛି ।
Powered by Froala Editor