ଚାନ୍ଦିପୁରରୁ ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ(ଏସଏଫଡିଆର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ସୂଚନା ମୁତବାକ ଦିନ ସାଢ଼େ ଦଶଟା ସମୟରେ ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ବୋଷ୍ଟର ମିସାଇଲ ପରୀକ୍ଷା କରାଯାଇଛି । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା। ପରୀକ୍ଷଣ ସମୟରେ ସ୍ଥିରିକୃତ ସମସ୍ତ ଟ୍ରାଜେଟୋରୀକୁ ବୋଷ୍ଟର ମିସାଇଲ ସଫଳତାର ସହ ପୁରା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।
ଏହି ମିସାଇଲ 350 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଶବ୍ଦର ଗତିଠାରୁ ୪ଗୁଣ ଅଧିକ ବେଗରେ ଏହା ଗତି କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ମିସାଇଲର ସଫଳ ପରୀକ୍ଷଣ ନେଇ DRDO ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଏସ୍ଏଫ୍ଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓର ବୈଜ୍ଞାନିକ, ଭାରତୀୟ ବାୟୁସେନା ଓ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି।
Powered by Froala Editor