କେଉଁ କେଉଁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି ଜାଣନ୍ତୁ
ଭୁବନେଶ୍ୱର: ଲମ୍ବା ପ୍ରତୀକ୍ଷା ପରେ କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଛି । ପାଣିପାଗ ପୂର୍ବାନୁମାନ କହୁଛି, ଆଜି ରାଜ୍ୟର ୨୧ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ଅଛି । ଏଥିରୁ କିଛି ଜାଗାରେ ଘଡ଼ଘଡ଼ି, ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ । ଉତ୍ତର ପଶ୍ଚିମ ପଟୁ ଗରମ ପବନ କମିବା ଯୋଗୁଁ ତାତି କମିଛି । ସବୁଠି ପାରଦ ଖସିଛି । କେବଳ ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ମାଲକାନଗିିରିରେ ସର୍ବାଧିକ ୪୦.୫ ଡିଗ୍ରୀ, ବଲାଙ୍ଗୀରରେ ୪୦, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ସହର ମଧ୍ୟରେ ବାରିପଦା, ଝାରସୁଗୁଡା, ସମ୍ବଲପୁର ତାତି ୩୯ ଡିଗ୍ରୀ ଅତିକ୍ରମ କରିଥିଲା । ଉପକୂଳ ଓଡ଼ିଶାରେ ଖରା ପ୍ରକୋପ କମିଛି । ସାମୁଦ୍ରିକ ପବନ ଯୋଗୁ ତାତି ବହୁତ ମାତ୍ରାରେ କମିଛି । କିନ୍ତୁ ଆର୍ଦ୍ରତା ବଢ଼ିବା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେଉଛି । ଉପକୂଳ ଓଡ଼ିଶାରେ ଭୁବନେଶ୍ୱର ତାପମାତ୍ରା ସର୍ବାଧିକ ୩୭.୪ ଡିଗ୍ରୀ ଥିବା ବେଳେ କଟକ ୩୬, ବାଲେଶ୍ୱର ୩୫, ଚାନ୍ଦବାଲି ୩୫.୪ ଛୁଇଁଥିଲା ।