ତରକାରୀ କଡେଇରେ ପଡିଗଲେ ପ୍ରଥମ ଶ୍ରେଣୀ ଛାତ୍ରୀ

ମୟୂରଭଞ୍ଜ: ମଧ୍ୟାହ୍ନ ଭୋଜନ ସମୟରେ ତରକାରୀ କଡେଇରେ ପଡିଗଲେ ପ୍ରଥମ ଶ୍ରେଣୀ ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଶୁଳିଆପଦା ବ୍ଲକ ବାଘଡ଼ା ବିଦ୍ୟାଳୟରେ । ମଧ୍ୟାହ୍ନ ଭୋଜନ ଖାଇବାକୁ ଆସିଥିବା ସମୟରେ ଛାତ୍ରୀ ଜଣଙ୍କ ଗରମ ତରକାରୀ କଡେଇରେ ପଡିଯାଇଥିଲେ । ତରକାରୀ କଡେଇରେ ପଡି ଯାଇ ଖୁବ୍ ଜୋରରେ ଚିତ୍କାର କରିଥିଲେ । ତରକାରୀ ଗରମ ଥିବାରୁ ତାଙ୍କ ଶରୀରରେ ବହୁତ ଯନ୍ତ୍ରଣା ହେଉଥିଲା । ଛାତ୍ରୀ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ।
ଛାତ୍ରୀ ଜଣଙ୍କୁ ସ୍କୁଲ କର୍ମଚାରୀ ଗୁରୁତର ଅବସ୍ଥାରେ ବାଘଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଛାତ୍ରୀଜଣଙ୍କ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି । ଛାତ୍ରୀଙ୍କର ଡାହାଣ ହାତ, ପେଟ ଓ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ପୋଡି ଯାଇଥିବା ସୂଚନା ମିଳିଛି ।
ତେବେ ଏହା କେମିତି ଓ କିପରି ହେଲା ତାହା ଜଣାପହିନାହିଁ । ସେଠାରେ ମଧ୍ୟାହ୍ନ ଭୋଜନ କର୍ମଚାରୀ ଠିକ୍ ଭାବରେ ଜଗିଥିଲେ କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ ।
Powered by Froala Editor