ମୁମ୍ବାଇରେ ଚିହ୍ନଟ ହେଲା ଭୟଙ୍କର XE ଭାରିଏଣ୍ଟ
ଭାରତରେ ପଶିଲା ଭୟଙ୍କର ଭୂତାଣ । ଯାହାକି କରୋନାର ଆଉ ଏକ ନୂଆ ଭାରିଏଣ୍ଟ XE। ଦେଶରେ ମୁମ୍ବାଇରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ଏହି XE ଭାରିଏଣ୍ଟ ପ୍ରଥମେ ବ୍ରିଟେନ୍ରେ ଚିହ୍ନଟ ହୋଇଥିଲା।
ଏପର୍ଯ୍ୟନ୍ତ କରୋନାର ଯେତେ ଭ୍ୟାରିଏଣ୍ଟ ବାହାରିଛନ୍ତି, ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ପାଖାପାଖି ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। XE ଓମିକ୍ରନର ସବ୍ ଭ୍ୟାରିଏଣ୍ଟ ବି.୧ ବି.୨ର ରୂପାନ୍ତିରିତ ରୂପ।
ମୁମ୍ବାଇରେ ନୂଆ XE ଭ୍ୟାରିଏଣ୍ଟ ଚିହ୍ନଟ ହେବା ନେଇ ନୂଆ ସେରୋ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କେବଳ XE ଭ୍ୟାରିଏଣ୍ଟ ନୁହେଁ, କପ୍ପା ଭ୍ୟାରିଏଣ୍ଟର ମାମଲା ବି ଚିହ୍ନଟ ହୋଇଛି। ସେରେ ସର୍ଭେ ପାଇଁ ପଠାଯାଇଥିବା ୨୩୦ ରୋଗୀଙ୍କ ମଧ୍ୟରୁ ୨୧ ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହୋଇ ନାହିଁ କି ଅକ୍ସିଜେନ୍ର ସପୋର୍ଟର ଆବଶ୍ୟକତା ପଡ଼ି ନାହିଁ ବୋଲି କୁହାଯାଇଛି।
Powered by Froala Editor